ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା ମେଡିକାଲ ପୋଷ୍ଟମୋଟମ ଛକ ଉପରେ ଯୁବକକୁ ହାଣି ଦେଲେ ଅଜଣା ଦୁର୍ବୁତ୍ତ l ଘଟଣା ଘଟିବା ପରେ ଗୁରୁତର ଅଵସ୍ଥାରେ ଯୁବକକୁ ଆସିକା ମେଡିକାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା । ଯୁବକ ଜଣକ ଧରାକୋଟ ଥାନା ଓଳମ୍ବା ଗ୍ରାମର ରାଜା ଭୂୟାଁ ସୂଚନା ମିଳିଥିବା ବେଳେ ମା ଟ୍ରାଭଲର ବସ୍ ରେ କଣ୍ଡକ୍ଟର ଭାବେ କାର୍ଯ୍ୟରତ ରହିଥିବା ଜଣା ପଡ଼ିଛି l ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସେ ଗୁରୁତର ଅଛନ୍ତି l
ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍. କେ. ସି . ଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି lଆକ୍ରମଣ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
