ଶାସକ ଦଳର ସମର୍ଥକ ମାନଙ୍କ ପକ୍ଷରୁ ବାଲି ଘାଟ ଉପରେ ଦାଦାଗିରି ମାମଲା, ଚାପରେ ପୋଲିସ…!

ଦାଦା ବଟି ମାଗି ଅଟକ ଥିବା ସମର୍ଥକ ମାନଙ୍କୁ ଖସେଇବାରେ ସଫଳ ହେଲେ ମେଡମ୍

kalipuja


ବ୍ରହ୍ମପୁର: ଆସିକା ସାଂସଦ ଏବେ ଚର୍ଚ୍ଚାରେ। ଆସିକା ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ନରସିଂହପଲ୍ଲୀ ଲିଜ ବାଲି ଘାଟ ଉପରେ ଆସିକା ସାଂସଦଙ୍କ ସମର୍ଥିତ ପ୍ରାୟ ୧୯ ଜଣ ଯୁବକ ଦାଦା ବଟି ମାଗିବା ଅଭିଯୋଗ ରେ ଆସିକା ଥାନରେ ଅଟକ ଥିଲେ। ଗତ ଶୁକ୍ରବାର ମଧ୍ୟ ରାତ୍ରରେ ବିଜେପି ସମର୍ଥିତ ଖଲ୍ଲିକୋଟ, କୋଦଳା ଓ କବିସୂର୍ଯ୍ୟନଗର ଅଞ୍ଚଳର ପ୍ରାୟ ୧୯ ଜଣ ଯୁବକ ନରସିଂହ ପଲ୍ଲୀ ବାଲି ଘାଟକୁ ପ୍ରବେଶ କରି ଧମକ ଚମକ ଦେବା ସହ ବଟି ଦେବାକୁ ଦାବୀ କରିଥିବା ସମ୍ପର୍କ ରେ ବାଲି ଘାଟ ମାଲିକ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଆକ୍ସନ ମୁଡ଼ରେ ଆସି ତତ୍କାଳ ଉକ୍ତ ଯୁବକ ମାନଙ୍କୁ ଥାନା କୁ ଆଣି ଅଟକ ରଖିଥିଲେ। ଆଜି ସକାଳେ ଆସିକା ସାଂସଦଙ୍କ ଶତାଧିକ ସମର୍ଥକ ମାନେ ଆସିକା ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଖଲ୍ଲିକୋଟ ଓ କୋଦଳା ଅଞ୍ଚଳର କିଛି ଆଗଧାଡିର ବିଜେପି କର୍ମୀ ଆସିକା ଥାନାକୁ ଆସି ପୋଲିସ ଉପରେ ଚାପ ପ୍ରୟୋଗ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ପୂର୍ବାହ୍ନ ରେ ଆସିକା ପୋଲିସ କୁଆଡ଼େ ମେଡମଙ୍କ ଚାପରେ ଆସି ପ୍ରଥମ ଦଫାରେ ୮ ଜଣ ବିଜେପି ସମର୍ଥିତ ଯୁବକ ମାନଙ୍କୁ ପ୍ରମାଣ ଅଭାବରୁ ୩୫(୩) ଦଫାରେ ଛାଡ଼ି ଦେଇଥିବା ପୋଲିସ ପ୍ରକାଶ କରିଛି। ସେଥି ମଧ୍ୟରୁ ଜଣେ ଯୁବକ ହେଲେ ବଡ଼ଗଡ଼ ଥାନା ଇଲାକାର ହରିପୁର ପ୍ରତାପୁର ଗ୍ରାମର ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚାର ଉପ-ସଭାପତି ମିଲୁ ସ୍ୱାଇଁ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସନ୍ଧ୍ୟା ହେଉ ହେଉ ପୁଣି ଦ୍ୱିତୀୟ ଦଫାରେ ଆଉ ୬ ଜଣଙ୍କୁ ଯୁବକ ମାନଙ୍କୁ ଛାଡିଦେଇଥିବା ଶୁଣିବାକୁ ମିଳିଛି। ଅନ୍ୟ ୫ ଜଣଙ୍କୁ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।ମେଡମ୍ ଙ୍କ ଚାପ ଆଗରେ ବିଧାନସଭା ଚାଲିଥିବା ଯୋଗୁଁ ବିରୋଧି ଦଳ ଏହି ଘଟଣାକୁ ଜୋରଦାର ବିରୋଧ କରବା ସମ୍ଭାବନା କୁ ଆଖି ଆଗରେ ରଖି ପୋଲିସ ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।ବାଲି ଘାଟରେ ପ୍ରବେଶ କରି ଦାଦା ବଟି ମାଗି ଧମକ ଚମକ ଦେଇ ରାଜନୈତିକ ଚାପ ପ୍ରୟୋଗ କରି ଖସିଯିବାରେ ଏହି ଯୁବକ ମାନେ ଆଜି ସଫଳ ହୋଇଛନ୍ତି। ପ୍ରକୃତ ରେ କଣ ପୋଲିସ ଚାପ ରେ ରହି ଏହି ପଦକ୍ଷେପ ନେଇଛି ଯାହାକି ପୋଲିସ ର କାର୍ଯ୍ୟ କାରିତା ଉପରେ ଆଙ୍ଗୁଠି ଉଠିଛି l ସୂଚନା ଥାଉକି ଗଣମାଧ୍ୟମ କୁ ମଧ୍ୟ ଆଜି ଅଣ ଦେଖା କରିଛି ପୋଲିସ ବୋଲି ଦେଖିବାକୁ ମିଳିଛି ଜାହାକି ଆଗାମୀ ଦିନରେ ପୋଲିସ କୁ ବହୁମୂଲ୍ୟ ଦେବାକୁ ପଡି ପାରେ l କୁଜି ଅସରପା ଉପରେ କାଣି ବିରାଡ଼ି ଦାଉ ସାଜିଲା ପରି ଆଜି ପୋଲିସ ର ଭୂମିକା ଦେଖିବାକୁ ମିଳିଛି l ଗଣ ମାଧ୍ୟମ ପ୍ରଶ୍ନ ରେ ପ୍ରମାଣ ଅଭାବ ଯୋଗୁଁ ଛାଡି ଦିଆ ଗଲା ବୋଲି କହିବା କେତେ ଦୂର ଠିକ..? ଜଦି ପ୍ରମାଣ ନଥିଲା ଅନ୍ୟ ମାନଙ୍କୁ କୋର୍ଟ ଚାଲାଣ କରିବା କେତେ ଦୂର ଠିକ ତେଵେ ପୋଲିସ ଏହି ମାନଙ୍କ ବିରୋଧ ରେ ପ୍ରମାଣ ପାଇଲା କେଉଁଠୁ..? ପୋଲିସ ଚାପରେ ଏହି ପଦକ୍ଷେପ ନେଇଛି ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ଗହଣ ରେ ଚର୍ଚ୍ଚା ଜୋର ଧରିଛି l

ad-week
Leave A Reply

Your email address will not be published.