ନ୍ୟାୟ ନ ପାଇ ଥାନା ପରିସରରେ ବିଷ ପିଇ ଦେଲେ ବୃଦ୍ଧ

kalipuja

କେନ୍ଦ୍ରାପଡ଼ା : ଥାନା ପରିସରରେ ବିଷ ପିଇଲେ ବୃଦ୍ଧ । କେନ୍ଦ୍ରାପଡ଼ା ସଦର ଥାନା ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି।  ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାଇପୁର ଗାଁର ଶିବ ପ୍ରସାଦ ପ୍ରଧାନ ବିଷ ପିଇଥିବା ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି।

ଶିବ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ବର୍ଷେରୁ ଅଧିକ ସମୟ ଧରି ପୁଅ ଓ ବୋହୂ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ନାଁରେ ଋଣ କରି ପୁଅ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଗତ ଜୁନ୍ ୯ ତାରିଖରେ ସେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ । ପୁଅ-ବୋହୂଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ସମସ୍ୟାର ସମାଧାନ ପାଇଁ ପୁଲିସ୍‌ ତାଙ୍କୁ ବାରମ୍ବାର ଆଶ୍ୱାସନା ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶୁକ୍ରବାର ସଦର ଥାନାରୁ ଜଣେ ମହିଳା ତାଙ୍କୁ ଫୋନ୍ କରି ଥାନାକୁ ଆସି ଦେଖା କରିବାକୁ କହିଥିଲେ । ଥାନାରେ ପହଞ୍ଚି ଦୀର୍ଘ ସମୟ ଅପେକ୍ଷା କରିବା ପରେ ସେ ବିଷ ପିଇ ଦେଇଥିବା କହିଛନ୍ତି ।

ad-week
Leave A Reply

Your email address will not be published.