ବାପାଙ୍କ ଜୁଇ ନଲିଭୁଣୁ ଆଖି ବୁଜିଲା ପୁଅ, ୨୪ ଘଣ୍ଟାରେ ଉଜୁଡିଗଲା ସୁନାର ସଂସାର

kalipuja

ଭୁବନେଶ୍ୱର : ୨୪ ଘଣ୍ଟାରେ ଉଜୁଡିଗଲା ପରିବାର। ବାପାଙ୍କ ଜୁଇ ନଲିଭୁଣୁ ଚାଲିଗଲା ପୁଅର ଜୀବନ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ । ଘରର ମୁରବିଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପରିବାର । ହେଲେ ସେହି ଦୁଃଖରୁ ମୁକୁଳିବା ପୂର୍ବରୁ ଆଉ ଏକ ଅଘଟଣ । ବାପାଙ୍କ ଜୁଇ ନଲିଭୁଣୁ ଚାଲିଗଲା ୧୫ ବର୍ଷର ପୁଅର ଜୀବନ । ଅନୁଗୁଳ ଜିଲ୍ଲା ବରନାଳୀ ଗାଁର ନରହରି ସାହୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତଦେହ ଗାଁକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ମୃତଦେହ ସତ୍କାର କରାଯାଇଥିଲା । ପରେ ସମ୍ପର୍କୀୟଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପୁଅ ଆଦିତ୍ୟ ସାହୁ । ହେଲେ ଗାଧୋଇବା ସମୟରେ ହଠାତ୍ ପାଣିରେ ବୁଡ଼ି ଯାଇଥିଲେ ଆଦିତ୍ୟ । ପରେ ଆଦିତ୍ୟଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

ad-week
Leave A Reply

Your email address will not be published.