ଶେରଗଡ଼ ଥାନା ସୁନାନ୍ତର ଗାଁ ରେ ପୋଲିସ ଜୁଆ ଆଡ୍ଡା ଚଲେଇବା ପାଇଁ ବଟି ନେଇ ଶେଷରେ ମାଡ଼ ଖାଇଥିବା ଚର୍ଚ୍ଚା ଜୋର ଧରିଛି…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ଼ ଥାନା ଇଲାକାର ସୁନାନ୍ତର ଗ୍ରାମରେ ଦଶହରା ପୂର୍ବରୁ କୋଠିଶାଳ ଯାତ୍ରା ନାମରେ କୋଟି କୋଟି ଟଙ୍କାର ଜୁଆ ଖେଳ ପୋଲିସ ଜାଣତ ରେ ଚାଲିଥିବା ନେଇ ଆଲୋଚନା ହେଉଥିଲା। ଗତ ଶୁକ୍ରବାର ଦିନ ଗାଙ୍ଗପୁର ଅଞ୍ଚଳ ର ଜଣେ ଜୁଆଡ଼ି ସୁନାନ୍ତର ଗ୍ରାମରେ ଜୁଆ ଖେଳରେ ଲକ୍ଷାଧିକ ଟଙ୍କା ଜିତିବା ପରେ ଜୁଆ ଆଡ୍ଡା ଚଲାଉଥିବା କାଳିଆ ନାମକ ବ୍ୟକ୍ତିଙ୍କ ସମର୍ଥକ ମାନେ ଟଙ୍କା ଜିତିଥିବା ବ୍ୟକ୍ତିଙ୍କୁ କୁଆଡ଼େ ମାଡ଼ ମାରି ଟଙ୍କା ମୋବାଇଲ ଓ ଗାଡି ଛଡେଇ ନେଇଥିଲେ। ଏନେଇ ଗାଙ୍ଗପୁର ଗ୍ରାମର ବ୍ୟକ୍ତି ଶେରଗଡ଼ ପୋଲିସ ଥାନାରେ ଅଭିଯୋଗ କରିବା ପରେ ସେ ଲୋକର କେବଳ ଗାଡି ଫେରେଇ ଥିବା ଜଣାପଡିଛି। ଏହି ଜୁଆ ଆଡ୍ଡାକୁ କାଳିଆ ନାମକ ବ୍ୟକ୍ତି ଶେରଗଡ଼ ପୋଲିସ କୁ ସାଇଲେନ୍ସ ପ୍ଲିଜ କରି କୋଟି କୋଟି ଟଙ୍କାର ଖେଳ ଚଳାଉଥିବା ନେଇ ଚର୍ଚ୍ଚା ହେଉଥିଲା। ରବିବାର ଦିନ ଛତ୍ରପୁରରୁ ଶେରଗଡ଼ ପୋଲିସକୁ କୁଆଡ଼େ ତାଗିତ ପରେ ବାବୁ ମାନେ ସୁନନ୍ତର ଜୁଆ ଆଡ୍ଡା ମାଲିକ ପୁଅକୁ ଧରିବାରେ ସଫଳ ହୋଇଥିଲେ ଗ୍ରାମବାସୀ ଓ ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ବିଶେଷ ପୋଲିସ କୁ ଅଟକ ରଖି ଟେକା ପଥର ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଶେଷରେ ପୋଲିସ ପଛ ଗୁଞ୍ଛା ଦେଇ ଫେରିଯାଇଥିବା ଆଲୋଚନା ହେଉଛି। ଜୁଆ ଆଡ୍ଡା କୁ ବଟି ନେଇ ଚଲେଇବା ପୋଲିସ କୁ ମହଙ୍ଗା ପଡ଼ିଲା ବୋଲି ସାଧାରଣ ରେ ଆଲୋଚନା ହେଉଛି। କୋଟି କୋଟି ଟଙ୍କାର ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତିଙ୍କୁ ପୋଲିସ ଏବେ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡିଛି।
