ବେଆଇନ, ନିଷିଦ୍ଧ ତମାଖୁ ଓ ନକଲି ଗୁଟଖା କାରବାର ଉପରେ ପୋଲିସର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ…

puja26

୫ ଗିରଫ, ବିପୁଳ ପରିମାଣର ଗୁଟୁକା ସାମଗ୍ରୀ ଜବତ*

କୌଣସି ବୈଧ ଲାଇସେନ୍ସ କିମ୍ବା ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିଲେନି ବ୍ୟବସାୟୀ

ଗିରଫ କରିଲା ବଡ଼ବଜାର ଥାନା ପୋଲିସ।

ବ୍ରହ୍ମପୁର : ବେଆଇନ ଗୁଟୁକା ବିକ୍ରି ହେଉଥିବା ନେଇ
ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା, ବଡ଼ବଜାର ପୋଲିସ ।ପରେ ଗୌଡ଼ ସାହି, ବଛୁବାଡ଼ି ସାହି ଏବଂ ଶଙ୍କର ବଜାରରେ ଥିବା ତିନୋଟି ଖୁଚୁରା ଦୋକାନରେ ଚଢ଼ଉ କରାଯାଇଥିଲା ପୋଲିସ । ସେଠାରୁ ‘ଅରିଜିନାଲ୍ ଗୋକୁଳ ଡିଲକ୍ସ ମିକ୍ସ’ ଏବଂ ‘ବିନ୍ଦାସ୍ ଗୋକୁଳ ଡିଲକ୍ସ ମିକ୍ସ’ ନାମରେ ବହୁ ପରିମାଣର ନିଷିଦ୍ଧ ଗୁଟଖା ଜବତ ହୋଇଥିଲା । ଏହି ପ୍ୟାକେଟ୍‌ଗୁଡ଼ିକରେ କୌଣସି ଉତ୍ପାଦନ ତାରିଖ କିମ୍ବା ସମାପ୍ତି ତାରିଖ ମଧ୍ୟ ନଥିଲା ଏବଂ ଏଥିପାଇଁ କୌଣସି FSSAI ଲାଇସେନ୍ସ ମଧ୍ୟ ନଥିବା ଜାଣିବାକୁ ପାଇଥିଲା ପୋଲିସ । ତେବେ ଉକ୍ତ ବ୍ୟବସାୟୀ ବାବୁଲା ସାହୁ ଏବଂ ନାରାୟଣ ସାହୁଙ୍କ ଠାରୁ ଗୁଟୁକା ଆଣି ବିକ୍ରି କରୁଥିବା ଜାଣିବାକୁ ପାଇଥିଲା ପୋଲିସ ।ଏହି ପରେ ନୁଆଁ କାଳୁପାତ୍ର ସାହି ଏବଂ ‘ଗଣପତି ନଗର ପ୍ରଥମ ଲାଇନ୍’ରେ ଚଢ଼ଉ କରି ବାବୁଲା ସାହୁ ଏବଂ ନାରାୟଣ ସାହୁକୁ କାବୁ କରିଥିଲା ପୋଲିସ । ସେମାନେ କୌଣସି ବୈଧ ଲାଇସେନ୍ସ, ଇନଭଏସ୍ (ବିଲ୍) କିମ୍ବା ଅନୁମତି ପତ୍ର ଦେଖାଇ ପାରିନଥିଲେ। ଏହା ବ୍ୟତୀତ, ସେମାନେ ପୋଲିସର ଆଇନଗତ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିଥିବା ବ୍ରହ୍ମପୁର ଏସପି କହିଛନ୍ତି । ପଚରାଉଚରା ବେଳେ ଜଣାପଡ଼ିଲା ଯେ, ଏହି ସାମଗ୍ରୀଗୁଡ଼ିକ ନିମାଖଣ୍ଡି ଥାନା ଅନ୍ତର୍ଗତ ଚଣ୍ଡିପାଦର ଠାରେ ସନ୍ତୋଷ ପାତ୍ରଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ କାରଖାନାରୁ ଆସୁଥିଲା। ତେବେ ପୋଲିସ ସନ୍ତୋଷ ପାତ୍ରକୁ ଖୋଜାଖୋଜି କରୁଥିବା ବେଳେ ସେ ବର୍ତ୍ତମାନ ଫେରାର ଥିବା ପୋଲିସ କହିଛି। ଏହି ସଂକ୍ରାନ୍ତ ରେ ପୋଲିସ ୫,ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.