ଅବକାରୀ ମୋବାଇଲ ଟିମ ର ଚଢ଼ାଉ ୬ ଗିରଫ, ଅଟୋ ସହ ,୪୨୭ ଲିଟର ମଦ ଜବତ
ବ୍ରହ୍ମପୁର : ଆସିକା ବ୍ଳକ ଇଲାକାରେ ଯେଉଁ ଭଳି ବେଆଇନ ଭାବେ ମଦ ପ୍ରସ୍ତୁତି ଓ ବିକ୍ରି ହେଉଛି ଏହାକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ ଆସିକା ରେ କୌଣସି ଅବକାରୀ ନୀତି ନିୟମ କାର୍ଯ୍ୟ କରୁନାହିଁ। ଗଞ୍ଜାମ ଜିଲା ରେ ଅବକାରୀ ବିଭାଗ ମୁକୁଳା ପଡ଼ିଛ। ଗତ କିଛି ଦିନ ପୂର୍ବେ ଖଲ୍ଲିକୋଟ ରୁ ଆସିକା ଆସୁଥିବା ବେଳେ କୋଟିନଡ଼ା ପୋଲିସ ୧୩ ଶହ ଲିଟର ବେଆଇନ ଦେଶୀମଦ ଜବତ କରିଥିବା ବେଳେ ଆଜି ଅବକାରୀ ମୋବାଇଲ ଟିମ ର ଏସ ଆଇ ସୂର୍ଯ୍ୟ ନାରାୟଣ ରଥ ଙ୍କ ସହିତ ପାଞ୍ଚ ଜଣ କନେଷ୍ଟବଳ ଏକ ଅଟୋ କୁ ସନ୍ଧେହ ରେ ଚଢ଼ାଉ କରି ସେଥିରୁ ୨୫୦ ଲିଟର ମଦ ଜବତ କରିଛି। ଅବକାରୀ କର୍ମଚାରୀ ଙ୍କୁ ଦେଖି ଅଟୋ ଛାଡି ଫେରାର ହେଉଥିବା ବେଳେ ଅଟୋ ଚାଳକ ଗୋଲା ପଲ୍ଲୀ ର ଏନ ରାଜୁ ପାତ୍ର କୁ କାବୁ କରିବା ସହିତ ଅଟୋ ଓ ମଦ ଜବତ କରିଛନ୍ତି। ଏହା ସହିତ ଅଟୋ ଚାଳକ ଠାରୁ ତଥ୍ୟ ସଂଗ୍ରହ କରି ମଦ ନେଇ ଯାଉଥିବା ଠିକଣା ରେ ପହଂଚି ସେଠାରୁ ପି ଶ୍ରୀନୁ କୁ ଗିରଫ କରିବା ସହିତ ତା ନିକଟରୁ ୮୦ ଲିଟର ମଦ ଜବତ କରିଛି। ଆଜି ଏହି ଅବକାରୀ ଟିମ ଧୋବାଦୀ ନିକଟ ଏରଗୋଲା ବସ୍ତି ରୁ ଏ ଗଣେଶ ନିକଟରୁ ୨୫ ଲିଟର, ଏ ରାମ ନିକଟରୁ ୨୨ ଲିଟର ଝଗଡେଇ ଛକ ନିକଟ ରୁ ବଳରାମ ଦାସ ନିକଟରୁ ୨୫ ଲିଟରଓ ଜି ଦାମୋଦର ପଲ୍ଲୀ ର ଏରଗୋଲା ବସ୍ତି ରୁ ଡି ଗୋପୀ ଠାରୁ ୨୫ ଲିଟର ମଦ ଜବତ କରି ୬ ଟି ମାମଲା ରୁଜୁ କରି ସମସ୍ତ ୬ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି। ଆସିକା ରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅହେତୁକ ଭାବେ ବୃଦ୍ଧି ପାଇଛି। ଆସିକା ବାହାରୁ ପ୍ରଚୁର ପରିମାଣରେ ବେଆଇନ ମଦ ଆସିକା ରେ ପହଞ୍ଚିବା ପରେ ଭିନ୍ନ ଭିନ୍ନ ଏରଗୋଲା ବସ୍ତି ସହିତ ଛକ ମାନଙ୍କ ରେ ବିକ୍ରି ହେଉଛି। ଖଲ୍ଲିକୋଟ ର ଗୁହାରିଆ ପାଟ ଏବେ ବେଆଇନ ମଦ ପ୍ରସ୍ତୁତି ର ହବ ପାଲଟି ଥିବା ବେଳେ ଗଞ୍ଜାମ ଜିଲ୍ଲା ଅବକାରୀ ସହିତ ରାସ୍ତା ରେ ବହୁ ଥାନା ଇଲାକା ପାର ହୋଇ ଆସିକା ରେ ପହଞ୍ଚୁଛି। ଏଭଳି ସ୍ଥିତି ରେ ଆଗକୁ ପାର୍ବଣ ୠତୁ ପାଳନ ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଜଳ ଜଳ ଦେଖା ଯାଉଛି। ସେଭଳି ଆଜି ଆସିକା ଅବକାରୀ ବିଭାଗ ପକ୍ଷରୁ ୫୪୪ ଲିଟର ମଦ ଜବତ ୩୫୫୦ ଲିଟର ପୋଚ ନଷ୍ଟ କରାଯିବା ଶହ ୮ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଥାଉକି ରୀତି ମତ ଆସିକା, ଖଲ୍ଲିକୋଟ, କୋଦଳା ଅଞ୍ଚଳ ରୁ ଭୁବନେଶ୍ୱର ଏବଂ ନୟାଗଡ଼ ଜିଲ୍ଲା କୁ ଚୋରା ମଦ ଚାଲାଣ ହେଉଥିବା ନଜିର ରହିଛି l ଆଗକୁ ଅଛି ପାର୍ବଣ ତେଣୁ ଜିଲ୍ଲା ଅବକାରୀ ବିଭାଗ ଏହାକୁ ଦୃଷ୍ଟି ରେ ରଖି ଚଢ଼ାଉ ଜୋର ଦାର କରିଛି l
