ଆସିକା ବାଲି ଘାଟରେ ଶାସକ ଦଳର ଯୁବକ ମାନଙ୍କ ବଟି ମାଗି ଆତଙ୍କ ରାଜ ପୋଲିସ ଦ୍ୱାରା ୧୯ ଅଟକ….!
ରାଜନୈତିକ ଚାପରେ ପଡି ପୋଲିସ ମୁଣ୍ଡ ନୁଆଇଁ ୮ ବିଜେପି ନେତାଙ୍କୁ ଖଲାସ କଲା……!


ପୋଲିସ ପାଠ ଦୁଇ ଡୁଗୁଣେ ଆଠ…? ଫି୍କ୍ସଙ୍ଗ କଲା କି ପୋଲିସ ସାଧାରଣ ରେ ପ୍ରଶ୍ନ
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆସିକା ସାଂସଦ ଗୋଷ୍ଟି ଓ ପୋଲିସ ମଧ୍ୟରେ ବଳ କଷା କଷି ଦେଖିବାକୁ ମିଳିଛି। ଶେଷରେ ପୋଲିସ ସାଂସଦଙ୍କ ଗୋଷ୍ଟି ଆଗରେ ହାରମାନି ଶାସକ ଦଳର ଆଗ ଧାଡ଼ିର ୮ ଜଣଙ୍କୁ ଖଲାସ କରିଥିବା ଜଣାପଡିଛି। ଖଲ୍ଲିକୋଟ, କୋଦଳା ଓ କବିସୂର୍ଯ୍ୟନଗର ଅଞ୍ଚଳର ଶାସକ ଦଳର କିଛି ଯୁବକ ମାନେ ଗଞ୍ଜାମ ଜିଲ୍ଲାର କେତେକ ଲିଜଧାରୀ ବାଲି ଘାଟକୁ ଯାଇ ମାସିଆରି ବଟି ଦାବୀ କରି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହେଉଥିଲା। ଗତ ଗୁରୁବାର ଦିନ ଧରାକୋଟ ଅଞ୍ଚଳରେ ଥିବା ଏକ ବାଲି ଘାଟକୁ ଯାଇ ବଟି ଦାବୀ କରି ଆତଙ୍କ ଖେଳାଇ ଯୁବକ ମାନେ ଫେରିଥିଲେ। ଶୁକ୍ରବାର ଦିନ ମଧ୍ୟ ରାତ୍ରରେ ଆସିକା ବିଜୁପଟ୍ଟନାୟକ ଛକ ନିକଟରେ ଥିବା ନରସିଂହ ପଲ୍ଲୀ ବାଲି ଘାଟକୁ ଯାଇ ବଟି ଦାବୀ କରି ଆତଙ୍କ ଖେଳାଇ ଥିବା ବେଳେ ଆସିକା ପୋଲିସ ଖଲ୍ଲିକୋଟ, କୋଦଳା ଓ କବିସୂର୍ଯ୍ୟନଗର ଅଞ୍ଚଳର ବେଜେପି ସମର୍ଥିତ ୧୯ ଜଣ ଯୁବକ ମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ। ଲିଜ ଥିବା ବାଲି ଘାଟର ମାଲିକ ନିଗମାନନ୍ଦ ମହାନ୍ତି ଆସିକା ଥାନାରେ ଏହି ଅଟକ ଯୁବକ ମାନଙ୍କ ନାମରେ ଏତଲା ଦେଇଛନ୍ତି। ଶାସକ ଦଳର କର୍ମୀ ଓ ଆସିକା ସାଂସଦଙ୍କ ସମର୍ଥକ ଗୋଷ୍ଠିର ଶତାଧିକ ଲୋକେ ଆସିକା ଥାନା ସମ୍ମୁଖରେ ଡେରା ପକେଇ ଅଟକ ଯୁବକ ମାନଙ୍କୁ ଛାଡିବା ପାଇଁ ଜିଦ ଧରିଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଓ କୋଦଳା ଅଞ୍ଚଳର ବିଜେପି ର ଆଗ ଧାଡ଼ିର କିଛି ବ୍ୟକ୍ତି ଥାନାରେ ପହଞ୍ଚି ଅଟକ ଯୁବକ ମାନଙ୍କୁ ମୁକୁଳେଇ ବା ପାଇଁ ପ୍ରୟାସ କରି ୮ ଜଣକୁ ଖଲାସ କରିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି। ଶାସକ ଦଳର କିଛି ସମର୍ଥକ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢିଥିବା ଚର୍ଚ୍ଚା ହେଉଛି। ଲିଜ ଥିବା ବାଲି ଘାଟକୁ ଯାଇ ବଟି ମାଗି ଧମକ ଚମକ ଦେଇଥିବା ଶାସକ ଦଳର ନେତାଙ୍କୁ ପୋଲିସ ଛାଡି ଦେବା ପରେ ପୋଲିସ ଉପରେ ଉଙ୍ଗୁଳି ଉଠିଛି। କେଉଁ ଅଦୃଶ୍ୟ ଶକ୍ତି ଆଗରେ ପୋଲିସ ଶେଷରେ ମୁଣ୍ଡ ନୁଆଇଁଲା ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି। ଶାସକ ଦଳକୁ ବଦନାମରୁ ବଞ୍ଚେଇବା ପାଇଁ ପୋଲିସ ସମ୍ପୂର୍ଣ ସହଯୋଗ କରିଥିବା ଆଲୋଚନା ହେଉଛି। ସାଂସଦ ଙ୍କ ସମର୍ଥକ ମାନଙ୍କ ପକ୍ଷରୁ କୁଆଡେ ଥାନା ଘେରାଉ ଗୁଜବ ହେବା ସାଙ୍ଗଙ୍କୁ ବିଧାନସଭା ଚାଲିଥିବା ଯୋଗୁଁ ଶାସକ ଦଳ ସପକ୍ଷ ରେ ପୋଲିସ ଚୁପ ରହିବାକୁ ବାଧ୍ୟ ହେଲା ବୋଲି ସହରରେ ଆଲୋଚନା ହେଉଛି। ଜଦି କାଲି କିଛି ଅଘଟଣ ଘଟେ ପୋଲିସ ଦାୟୀ ରହିବ ତ..?? ଜାହାକି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ତେଵେ ଏଠାରେ ପୋଲିସ ଚାପରେ ନା ଫି୍କ୍ସଙ୍ଗ ରେ ଏପରି ପଦକ୍ଷେପ ନେଇଛି ତାହା ତଦନ୍ତ ସାଫେକ୍ଷ୍ୟ କାରଣ ଏଠାରେ ବାଡ଼ ହିଁ ଖାଉଛି ଫସଲ ତେଵେ ସୁରକ୍ଷା ଦେବ କିଏ…?
