
ଅଟକ ଯୁବକ ମାନଙ୍କୁ ଛାଡ଼ିଦେବା ପାଇଁ ଚାପ ପ୍ରୟୋଗ ହେଉଥିବା ଚର୍ଚ୍ଚା ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜୁପଟ୍ଟନାୟକ ଛକ ନିକଟରେ ଥିବା ନରସିଂହପଲ୍ଲୀ ଲିଜଧାରୀ ବାଲି ଘାଟକୁ କୁଆଡ଼େ ବଟି ମାଗିବାକୁ ଯାଇ ଶାସକ ଦଳର କିଛି ଯୁବକ ଓ ଗୁଣ୍ଡା ଶ୍ରେଣୀର ମୋଟ ୧୯ ଜଣ ଯୁବକ ଆସିକା ଥାନରେ ବର୍ତ୍ତମାନ ଅଟକ। ଖଲ୍ଲିକୋଟ, କୋଦଳା ଓ ବଡ଼ଗଡ଼ ଅଞ୍ଚଳର ଯୁବକ ମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଲିଜଧାରୀ ବାଲି ଘାଟ କୁ ଯାଇ ମୋଟା ଅଙ୍କର ଅର୍ଥ ଦାବୀ କରୁଥିବା ନେଇ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ତାହାର ନଗ୍ନ ନମୁନା ଆସିକା ନରସିଂହପଲ୍ଲୀ ବାଲି ଘାଟରେ ଦେଖିବାକୁ ମିଳିଛି। ଶୁକ୍ରବାର ମଧ୍ୟ ରାତ୍ରରେ ଖଲ୍ଲିକୋଟ, କୋଦଳା ଓ ବଡ଼ଗଡ଼ ଅଞ୍ଚଳର ଶାସକ ଦଳର କିଛି କର୍ମୀ ଓ ଗୁଣ୍ଡା ଶ୍ରେଣୀର ୧୯ ଜଣ ଯୁବକ ମାନେ ନରସିଂହପଲ୍ଲୀ ବାଲି ଘାଟରେ ପ୍ରବେଶ କରି କୁଆଡ଼େ ବଟି ମାଗିବା ପରେ ପାଟିତୁଣ୍ଡ ହେବା ପରେ ଆସିକା ପୋଲିସ ପହଞ୍ଚି ୧୯ ଜଣଙ୍କୁ ଥାନାରେ ଆଣି ଅଟକ ରଖିଥିବା ଜଣାପଡିଛି। ଦୁଇଦିନ ପୂର୍ବରୁ ଧରାକୋଟ ଅଞ୍ଚଳ ରେ ଥିବା ବାଲି ଘାଟକୁ ଏହି ଗ୍ୟାଙ୍କ ଯାଇ କୁଆଡ଼େ ବଟି ମାଗି ଫେରିଥିବା ଆଲୋଚନା ହେଉଛି। ଲିଜଧାରୀ ବାଲି ଘାଟକୁ ବେଆଇନ ଭାବେ ପ୍ରବେଶ କରି ଜୋର ଜୁଲୁମ କରି ମୋଟା ଅଙ୍କ ଦାବୀ କରୁଥିବା ଏହି ଗ୍ୟାଙ୍କଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି। ଏହି ଯୁବକ ମାନଙ୍କୁ ଅଟକ ରଖିବା ପରେ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତି ମାନେ କୁଆଡ଼େ ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ଜୋର ଧରିଛି। ଜଦି ପୋଲିସ ଯତ୍ନବାନ ନହୁଏ ତେଵେ ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ନିଶ୍ଚିତ l ଦେଖା ଯାଉ ପୋଲିସ କଣ ପଦକ୍ଷେପ ନେଉଛି ନା ଚାପ ରେ ଛାଡି ଦେଉଛି ତାହା ସମୟ କହିବ କାରଣ ଆସିକା ଥାନା ସମ୍ମୁଖରେ ସମର୍ଥକ ଙ୍କ ଭିଡ଼ ଜମି ବାରେ ଲାଗିଛି ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏହାକୁ ନେଇ କଣ ପଦକ୍ଷେପ ନେଉଛନ୍ତି ତାହା ସମସ୍ତଙ୍କ ନଜର…ସୂଚନା ଥାଉକି ଉକ୍ତ ଘାଟର ଲିଜ ଧାରୀ ଘଟଣା କୁ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ଦେଖା ଯାଉ ତଦନ୍ତ କେଉଁ ଆଡକୁ ଗତି କରୁଛି ନା ତଦନ୍ତ ତଦନ୍ତ ରେ ରହିଯିବ ତାହା ସମୟ କହିବ
