ରାଜସୁନାଖଳାରେ ପଲ୍ଲୀମାର୍ଟର ଶୁଭ ଉଦଘାଟନ

kalipuja

ନୟାଗଡ଼ (ନିସର୍ତ୍ତ) : ପଲ୍ଲୀ ମାର୍ଟ କମ୍ପାନୀ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତ ଗଣେଶ ବଜାର ଏଚ. ପି ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଦିନ ପଲ୍ଲୀ ମାର୍ଟ ଶୋରୁମ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପଲ୍ଲୀ ମାର୍ଟର ପ୍ରୋପାଇଟର ଶୁଭଙ୍ଗୀ ଶୁଭଦର୍ଶିନୀଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନର ଷ୍ଟାଣ୍ଡିଙ୍ଗ କମିଟି ସଭାପତି ବିରଞ୍ଚିନାରାୟଣ ମହାସୁପକାର ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ମହେଶ୍ୱର ଭଞ୍ଜ, ଦର୍ଶିନୀ ଟ୍ରଷ୍ଟର ଅଧ୍ୟକ୍ଷ ସ୍ମରର୍ଜିତ ପାଣିଗ୍ରାହୀ, ଉପାଧ୍ୟାକ୍ଷ ସୂର୍ଯ୍ୟନାରାୟଣ ମହାନ୍ତି, ସହ ସମ୍ପାଦକ ଗୋପାଳ ଚନ୍ଦ୍ର ଓ କୋଷଧ୍ୟକ୍ଷ ପ୍ରକାଶ ବାରିକ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ପଲ୍ଲୀ ମାର୍ଟର ଶୁଭ ଉଦଘାନ କରିଥିଲେ ।

ଏହି ଉଦଘାଟନୀ ଦିବସ ଅବସରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକମାନେ ଯୋଗଦେଇ ପଲ୍ଲୀ ମାର୍ଟରୁ ବିଭିନ୍ନ ପ୍ରକାରର ଜିନିଷ କ୍ରୟ କରି ଆକର୍ଷଣୀୟ ଉପହାର ନେଇ ଖୁସି ହୋଇଥିଲେ।ରାଜସୁନାଖଳାରେ ନୂତନ ପଲ୍ଲୀ୍ମାର୍ଟ ଶୋରୁମରେ ସମସ୍ତ ପ୍ରକାରର ଗୃହ ଉପକରଣ ଉପଲ୍ଲବ୍ଧ ଓ ଉଚିତ ମୂଲ୍ୟ ମଧ୍ୟ ରହିଛି, ସ୍ଥାନୀୟ ଅଞ୍ଚଳର ଗ୍ରାହକମାନଙ୍କୁ ନିରନ୍ତର ସେବା ଯୋଗାଇବ ବୋଲି ପ୍ରୋପାଇଟର ଶୁଭଙ୍ଗୀ ଶୁଭଦର୍ଶିନୀ ଗ୍ରାହକ ମାନଙ୍କୁ ସୂଚନା ଦେଇଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ଚୌଧୁରୀ, ବୀଣାପାଣି ନାଥ, ରାଜେଶ ମହାନ୍ତି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପଲ୍ଲୀ୍ମାର୍ଟ ସଦାସର୍ବଦା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସେବା ପାଇଁ ପ୍ରତିବଦ୍ଧ ସହିତ ସ୍ଥାନୀୟ ବ୍ୟବସାୟୀ ,ସରକାରୀ, ବେସର କାରୀ ଅନୁଷ୍ଠାନ ଓ ଗ୍ରାହକମାନଙ୍କୁ ବିଶେଷ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.