ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଛତ୍ରପୁରରେ ସାମୂହିକ ଶପଥ ପାଠ

kalipuja

ଛତ୍ରପୁର : ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ରୁଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ଅଂଶୀଦାର ସମ୍ମିଳନୀ ଏବଂ ସାମୂହିକ ଅନଲାଇନ୍ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ନିରାକରଣ ପାଇଁ ସମସ୍ତ ବିଭାଗ, ଅଂଶୀଦାର ଓ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସମନ୍ୱିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କାହାନରା, ସମାଜ ମଙ୍ଗଳ ଅଧିକାରୀ, ସଙ୍ଗୀତା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ, ଗଞ୍ଜାମ ଓ ବ୍ରହ୍ମପୁରର ଡିଏସ୍‌ପି, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ, ମିଶନ ଶକ୍ତିର ଡିପିସି, ଜିଲ୍ଲା ପ୍ରୋଗ୍ରାମ ଅଫିସର (ଆଇସିଡିଏସ୍‌) , କ୍ରିଉସ ଅନୁଷ୍ଠାନ ସମ୍ପାଦକ, ବ୍ରହ୍ମପୁର ଏବଂ ଛତ୍ରପୁରର ଆଇସିଡିସ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅଂଶୀଦାରମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପରିଣାମ, ଏହାର ଆଇନଗତ ଦିଗ, ଶିଶୁ ସୁରକ୍ଷା, କିଶୋରୀମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା।

ମହିଳା ସୁରକ୍ଷା ଅଧିକାରୀ ଡି. ନାଗୋରନ୍ତମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୟୁନିସେଫ୍‌ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.