ଆସିକା ଅଞ୍ଚଳରେ ମାଳ ମାଳ ବାଇପାସ୍ ବିଦ୍ୟୁତ ମିଟର ଚାଲୁଛି….!

kalipuja

ଟାଟା ପାୱାର ର କିଛି ଅସାଧୁ କର୍ମଚାରୀ ମାନଙ୍କ ସହଯୋଗ ରେ ଏହି ବାଇପାସ୍ ମିଟର ଚାଲୁଛି ବୋଲି ଅଭିଯୋଗ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର ବିଭିନ୍ନ ୱାର୍ଡରେ ମାଳ ମାଳ ବାଇପାସ୍ ମିଟର ମହଜୁଦ ଅଛି। ଟାଟା ପାୱାରର କିଛି କର୍ମଚାରୀ ମାନେ ବାଇପାସ୍ ମିଟର କରବାର ରେ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି। ବ୍ୟବସାୟିକ ପ୍ରତିଷ୍ଠାନ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୃହ ର ବିଦ୍ୟୁତ ମିଟର ଗୁଡିକୁ ବାଇପାସ୍ କରି ମାସିକ ହଜାର ହଜାର ଟଙ୍କା କେତେକ କର୍ମଚାରୀ ମାନେ ଆଦାୟ କରୁଥିବା ଚର୍ଚ୍ଚା ହେଉଛି। ଅଭିଯୋଗ କଲେ ଯେଉଁ ବ୍ୟକ୍ତି ଅଭିଯୋଗ କରୁଛି ତାର ନାମ ମିଟର ଟେମ୍ପୋରିଙ୍ଗ କରିଥିବା ବ୍ୟକ୍ତିଙ୍କୁ କହି ଧମକ ଦିଆଯାଉଥିବାର ଅଭିଯୋଗ ହେଉଛି। ମିଟର ଟେମ୍ପୋରିଙ୍ଗ କରିବା ଫଳରେ ସାଧରଣ ଗ୍ରାହକ ହଟହଟା ହେଉଥିବା ଦେଖିବାକୁ ମିଳୁଛି। ମିଟର ଟେମ୍ପୋରିଙ୍ଗ ସାଙ୍ଗକୁ ହୁକ ପକେଇ ଅବାଧ ରେ କିଛି ଉପଭୋକ୍ତା ବିଦ୍ୟୁତ ଅପବ୍ୟବହାର କରୁଛନ୍ତି। କିଛି ଗୃହରେ ଗୋଟିଏ ମିଟର ଥାଇ ଦୁଇ ଦୁଇଟି କନେକ୍ସନ ଦିଆଯାଇଛି।ଆସିକା ଅଞ୍ଚଳର ଦୀର୍ଘ ଦିନ ହେଲା ଏଠାରେ ଥିବା କିଛି କର୍ମଚାରୀ ଏହି ଟେମ୍ପୋରିଙ୍ଗ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଟାଟା ପାୱାର ସ୍ୱତନ୍ତ୍ର ଟିମ ଗଠନ କରି ପ୍ରତେକ ୱାର୍ଡରେ ବିଦ୍ୟୁତ ମିଟର ଅଚାନକ ଯାଞ୍ଜ କଲେ ଅସାଧୁ କର୍ମଚାରୀ ମାନଙ୍କ ମୁଖା ଖୋଲିବ ଟାଟା ପାୱାର କ୍ଷତିରୁ ମୁକୁଳିବ ବୋଲି ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.