କାର୍ତ୍ତିକେଶ୍ୱରଙ୍କ ଦେବଙ୍କ ବାର୍ଷିକ ଉତ୍ସବ ପାଳିତ…

kalipuja

ନୟାଗଡ଼,(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମେଡିକାଲ ଛକ ସ୍ଥିତ କାର୍ତ୍ତିକେଶ୍ୱର ଦେବ ବଣିକ ସଂଘ ଆନୁକୂଲ୍ୟରେ ଓ ସଂଘର ସଭାପତି ପ୍ରାଣନାଥ ପାତ୍ରଙ୍କ ଆବାହକତ୍ୱରେ ମେଡିକାଲ ଛକଠାରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ୫୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କାର୍ତ୍ତିକେଶ୍ୱରଙ୍କ ଦେବଙ୍କ ଯଜ୍ଞ ଉତ୍ସବକୁ କର୍ତ୍ତାଭାବେ ସଂଘ ସଭାପତି ପ୍ରାଣନାଥ ପାତ୍ର ଓ ପଣ୍ଡିତ ବିଜୟ କୁମାର ପ୍ରହରାଜ, ସୁଦର୍ଶନ ମହାପାତ୍ର,ସଙ୍ଘର ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ ବେଣୁଧର ସାହୁ, ସୁରେନ୍ଦ୍ର କୁମାର ସାହୁସୁମନ ଚୌଧୁରୀ,ଓ ରାଜେଶ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତିମାନେ ଯୋଗ ଦେଇ ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ଦେବଙ୍କ ଦିବ୍ୟ ଦର୍ଶନ ସହିତ କୃପା ଭିକ୍ଷା ଲାଭ କରି ପ୍ରସାଦ ସେବନ କରିଥିଲେ। ପ୍ରଭୁ କାର୍ତ୍ତିକେଶ୍ୱର ଦେବଙ୍କ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ କାର୍ତ୍ତିକେଶ୍ୱର ଦେବ ବଣିକ ସଂଘର ସମସ୍ତ ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତ ଓ ରାଜସୁନାଖଳା ଗ୍ରାମବାସୀମାନେ ସହଯୋଗ କରି ପରିଚାଳନା କରିଥିଲେ । ସଂଘ ପକ୍ଷରୁ ଧାର୍ମିକ ପ୍ରବଚନ,ପାରାୟଣ, ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ad-week
Leave A Reply

Your email address will not be published.