
ନୟାଗଡ଼,:(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ମା ବେଢ଼ା କାଳୀକା ମନ୍ଦିର ପରିସରରେ ନବ ନିର୍ମିତ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା ଦକ୍ଷିଣ କାଳୀ ମନ୍ଦିର ନିକଟସ୍ଥ ମା ବେଢ଼ା କାଳୀକା ନିକଟରୁ ବଣରେ ଇନ୍ଦ୍ର ଇନ୍ଦ୍ରାଣୀଙ୍କୁ ନିମନ୍ତ୍ରଣ ଓ ବାହାଡା ବୃକ୍ଷକୁ କରିଥିଲେ। ନେଳିଆ ସାହି, ଗୋପୀନାଥପୁର ସାହି ଦେଇ ସୁନାଖଳା ସାହି ଆଦି ନଗର ପରିକ୍ରମା କରିଥିଲେ । ଏଥି ସହିତ ହୋମ ଯଜ୍ଞ କରା ଯାଇ ରତ୍ନମୁଦା ଆରମ୍ଭ କରାଯାଇଥିଲା । ପଣ୍ଡିତ ଗୌରମୋହନ ମିଶ୍ର ଓ ତାଙ୍କ ସହଯୋଗୀ ପୂଜାକୁ ବିଧୂ ଅନୁଯାୟୀ ପାଳନ କରିଥିଲେ। କର୍ତ୍ତା ଭାବରେ ସୁରେଶ ଚନ୍ଦ୍ର ସାହୁ ଓ ଧର୍ମପତ୍ନୀ ସରୋଜିନୀ ସାହୁ ଏବଂ ବସନ୍ତ କୁମାର ସୁବୁଦ୍ଧି ଓ ଧର୍ମପତ୍ନୀ ସୌଦାମିନୀ ସୁବୁଦ୍ଧି ଯଜ୍ଞରେ ବସିଥିଲେ । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଧାନ,ଟଙ୍କା,ସୁନା,ଶସ୍ୟ ଅର୍ପଣ କରି ମନ୍ଦିରର ରତ୍ନମୁଦରେ

ସହଯୋଗ କରିଥିଲେ। ମା ବେଢ଼ା କାଳୀକା ମନ୍ଦିର ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର ସାହୁ , ଗଦାଧର ସାହୁ ସମ୍ପାଦକଙ୍କ ନେତୃତ୍ୱରେ ଅତିଥି ଭାବରେ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ତପନ କୁମାର ପ୍ରଧାନ ଯୋଗ ଦେଇଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ସହିତ ଏହି କାର୍ଯ୍ୟ ଶେଷ ହେବାରୁ ମା ବେଢ଼ା କାଳୀକା ଯୁବକ ସଂଘର ସଭାପତି ସୁଧୀର କୁମାର ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମା ବେଢ଼ା କାଳୀକା ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
