ବର୍ଷା ଋତୁକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ଚୋରା ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ ଗଦା ଗଦା ବାଲି ମହଜୁଦ ରଖି ଚଢା ଦରରେ ବିକ୍ରି…

ଚୋରା ବାଲି ଷ୍ଟକ ଉପରେ ଚଢ଼ାଉ କେବେ ….?

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା, ହିଞ୍ଜିଳି, ଧରାକୋଟ, ଶେରଗଡ଼ ଓ ପୁରୁଷୋତ୍ତମପୁର ଅଞ୍ଚଳ ରେ ଥିବା ଋଷିକୂଲ୍ୟା, ବଡ଼ ନଦୀ ଓ ଜରଉ ନଦୀରୁ ବାଲି ମାଫିଆ ମାନେ ରୀତିମତ ଚୋରା ବାଲି ଚାଲାଣ କରୁଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ବାଲି ମାଫିଆ ମାନେ ଦିନ ରାତି ଏକ କରି ନଦୀ ଗର୍ଭରୁ ବାଲି ଉତ୍ତୋଳନ କରି ଖାଲି ଥିବା ସ୍ଥାନରେ ଗଦା କରୁଥିବା ଦେଖିବାକୁ ମିଳିଛି। ଦିନରାତି ବାଲି ଉତ୍ତୋଳନ ହେବା ଫଳରେ ନଦୀ ଗର୍ଭରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ନଦୀକୁ ଶୌଚ ପାଇଁ ଯାଉଥିବା ବ୍ୟକ୍ତି ମାନେ ବର୍ଷା ଦିନେ ଉକ୍ତ ଗର୍ତ୍ତ ଗୁଡିକରେ ଅକାଳ ରେ ବୁଡି ମୃତ୍ୟୁ ବରଣ କରୁଥିବାର ନଜିର ରହିଛି।ବର୍ଷା ଦିନେ ନଦୀ ଗୁଡିକରେ ବର୍ଷା ଓ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ବାଲି ଉତ୍ତୋଳନ ଠପ ହୋଇଯାଏ। ଏହାକୁ ଦୃଷ୍ଟିରେ ରଖି ବାଲି ଉତ୍ତୋଳନ କରି ଷ୍ଟକ ରଖାଯାଉଛି।ଷ୍ଟକ ମରାଯାଉଥିବା ବାଲି ଉପରେ ଖଣି ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କେବେ ହେବ ବୋଲି ପ୍ରଶ୍ନ ଉଠୁଛି । ପାହାଡ଼ ଭଳି ଶୁଖିଲା ସ୍ଥାନରେ ଗଦା ଗଦା ବାଲି ଷ୍ଟକ ମରାଯାଉଛି। ବର୍ଷା ଦିନରେ ଉକ୍ତ ବାଲିକୁ ଚଢ଼ା ଦରରେ ବିକ୍ରି କରାଯାଏ।ପ୍ରଶାସନ ସବୁ ଜାଣି ଚୁପ ବସିଛି କାରଣ ଖଣି ବିଭାଗ ଓ ମାଫିଆ ମାନଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା l କିଛି ବିଧାୟକ ମାନଙ୍କ ର ଵି ରହିଛି ଆଶ୍ରିବାଦ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଗଞ୍ଜାମ ଜିଲ୍ଲା ରେ କେବଳ ବାଲି ନୁହଁ ଲଘୁ ଖଣିଜ ପଦାର୍ଥ ଲୋପ ପାଇବାକୁ ଆସି ଲାଣି l ବିନା କାଗଜ କଲମ ରେ ଚାଲିଛି ମାଳ ମାଳ କ୍ରସର l ମାସକୁ ଖଣି ବିଭାଗ କର୍ମଚାରୀ ମାନେ ପାଉ ଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବଟି l ଅଭିଯୋଗ କଲେ ବାବୁ ମାନେ ମାଲ ଖାଇ ମସଗୁଲ ଶୁଣିବାକୁ କିଏ ନାହିଁ l ତେଣୁ ରାଜ୍ୟ ରାଜସ୍ବ ବିଭାଗ ଗଞ୍ଜାମ ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି… I

ad-week
Leave A Reply

Your email address will not be published.