ଓଡ଼ଗାଁରେ ସ୍ଥାୟୀ ଡାକଘର ନିର୍ମାଣ ପାଇଁ ବିକାଶ ମଞ୍ଚ ଡାକ ଅଧିକ୍ଷକଙ୍କୁ ଭେଟିଲେ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ସ୍ଥାୟୀ ଡାକଘର ନିର୍ମାଣ ପାଇଁ ଓଡ଼ଗାଁ ବିକାଶ ମଞ୍ଚ ତରଫରୁ ପ୍ରତିନିଧି ମାନେ ନୟାଗଡ଼ ଜିଲ୍ଲା ଡାକ ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ଗାଁ ଡାକ କାର୍ଯ୍ୟାଳୟ ଠାରେ ଭେଟି ସ୍ଥାୟୀ ଡାକଘର ନିର୍ମାଣ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ।ପୂର୍ବ ଆବେଦନ ଅନୁସାରେ ଡାକ ବିଭାଗ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରି ନଥିବା ଅଧିକ୍ଷକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ତେବେ ଫର୍ମ ନମ୍ବର ୧ ପୂରଣ କରି ଏହି ଫର୍ମ ଓଡ଼ଗାଁ ତହସିଲଦାରଙ୍କୁ ପ୍ରଦାନ କରାଗଲେ ସେ ବିନା ମୂଲ୍ୟରେ ତୁରନ୍ତ ଜାଗା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିକାଶ ମଞ୍ଚ ତରଫରୁ ଅବଗତ କରାଯାଇଛି।ଏକ ସପ୍ତାହ ମଧ୍ୟରେ ଏହାର ସମସ୍ତ ପ୍ରକ୍ରିୟା ସମାପ୍ତ କରି ଜାଗା ମିଳିଗଲେ ଖୁବଶୀଘ୍ର ଡାକଘର ନିର୍ମାଣ କରାଯିବ ବୋଲି ଅଧିକ୍ଷକ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ad-week
Leave A Reply

Your email address will not be published.