ବିଏସ୍‌ଏଫ୍‌ର ହୀରକ ଜୟନ୍ତୀ ଅବସରରେ ବାଲିଗୁଡ଼ାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

puja26

ବାଲିଗୁଡ଼ା : ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ହୀରକ ଜୟନ୍ତୀ ପାଳନ ଅବସରରେ ‘ଶାନ୍ତି ଏବଂ ବିକାଶ ପାଇଁ କ୍ରୀଡ଼ା-୨୦୨୬’ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ୧୩୬ ବାଟାଲିୟନ୍ ବିଏସ୍‌ଏଫ୍‌ର ମିଳିତ ସହଯୋଗରେ ନଭେମ୍ବର ୪ ଓ ୫ ତାରିଖରେ ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ସ୍ତରରୁ ମନୋନୀତ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ନଭେମ୍ବର ୪ ତାରିଖ ସକାଳ ୯ଟାରେ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବ। ଏହାପରେ ପ୍ରତିଯୋଗିତା ଆରମ୍ଭ ହେବ। ନଭେମ୍ବର ୫ ତାରିଖ ସକାଳ ୧୧ଟାରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ, ଅଂଶଗ୍ରହଣକାରୀ ଦଳଗୁଡ଼ିକ ନଭେମ୍ବର ୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ନିଜ ନିଜ ବ୍ଲକ୍‌ ମୁଖ୍ୟାଳୟରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିବେ। ପ୍ରତିଯୋଗିତା ଶେଷ ହେବା ପରେ ନଭେମ୍ବର ୫ ତାରିଖ ମଧ୍ୟାହ୍ନ ଭୋଜନ ପରେ ନିଜ ନିଜ ବ୍ଲକ୍‌କୁ ଫେରିବେ।
କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ପୁଲିସ କର୍ମଚାରୀ ମୁତୟନ କରିବାକୁ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ad-week
Leave A Reply

Your email address will not be published.