ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ଦଣ୍ଡସେନା

puja26

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜରେ ନୂତନ ଦାୟିତ୍ୱ ପାଇଛନ୍ତି ପ୍ରମୋଦ କୁମାର ଦଣ୍ଡସେନା। ବାଲିଗୁଡା ବ୍ଲକ ବାରଖମା ଠାରେ ଅନୁଷ୍ଠିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ ବୈଠକରେ ତାଙ୍କୁ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ସମାଜର ସାଂଗଠନିକ ଶକ୍ତି ବୃଦ୍ଧି ସହ ଶିକ୍ଷା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟର ସୁରକ୍ଷା ଦିଗରେ ନୂତନ ଦାୟିତ୍ୱ ଗୁରୁତ୍ୱ ବହନ କରୁଛି। ସମାଜର ସଦସ୍ୟମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ବଜାୟ ରଖିବା ସହ ସାମୂହିକ ବିକାଶକୁ ଆଗେଇ ନେବା ଏହି ଦାୟିତ୍ୱର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ଆଶା ପ୍ରକାଶ ପାଇଛି। ନୂତନ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଦଣ୍ଡସେନା ସମାଜରେ ଶିକ୍ଷାର ପ୍ରସାର, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତାଙ୍କର ଏହି ମନୋନୟନ ପରେ ପାଇକ ଖଣ୍ଡାୟତ କୁଳ ସମାଜର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ତାଙ୍କ ନେତୃତ୍ୱରେ ସମାଜର ସାଂଗଠନିକ କାର୍ଯ୍ୟକଳାପ ଆହୁରି ଗତିଶୀଳ ହେବା ସହ ସାମାଜିକ ଉନ୍ନତିର ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ସଦସ୍ୟ ମାନେ ଆଶାବାଦୀ ଅଛନ୍ତି।

ad-week
Leave A Reply

Your email address will not be published.