
ଭୁବନେଶ୍ୱର : ଦୁର୍ଗାପୂଜା ଭିଡ଼ରେ ଅଣନିଃଶ୍ୱାସୀ ରାଜଧାନୀ। ରାସ୍ତାରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ। ପୂଜାମଣ୍ଡପରୁ ପ୍ରମୁଖ ଛକ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼, ଗାଡ଼ିର ଲମ୍ବା ଧାଡ଼ିରେ ଜାମ୍ ଭୁବନେଶ୍ୱର। ଟ୍ରାଫିକ୍ କଟକଣା ସତ୍ତ୍ୱେ ଯାତାୟାତରେ ନାକେଦମ୍ ସାଧାରଣ ଲୋକ। ଚାରିଆଡ଼େ ଆଲୋକମାଳା, ଆକର୍ଷଣୀୟ ତୋରଣ ଓ ଜମୁଛି ଦୁର୍ଗାପୂଜାର ମାହୋଲ। ହେଲେ ଏହି ଉତ୍ସବର ଭିଡ଼ରେ ଏକପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଯେତିକି ବଢ଼ୁଛି, ରାସ୍ତାରେ ଗାଡ଼ିମୋଟର ଜାମ୍ ସେତିକି ଅସହ୍ୟ ହେଉଛି। ସନ୍ଧ୍ୟାରୁ ରାଜଧାନୀର ଅନେକ ପ୍ରମୁଖ ରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଲାଗୁଛି।
