ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଲେ ହଜାର ହଜାର କର୍ମୀ

ରାୟଗଡା ରେ ସେବାଜ୍ଯୋତି ଯାତ୍ରା ଅନୁଷ୍ଠିତ

ରାୟଗଡା, ୦୭/୧୦ : ଦେଶବ୍ୟାପୀ ଭାବେ ଜାରି ରହିଥିବା ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମ ରାୟଗଡ଼ା ସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା ସଂକଳ୍ପ ସମ୍ପର୍କିତ ଅଭିଭାଷଣ କୁ ଉପସ୍ଥିତ କର୍ମୀମାନେ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ସମସ୍ତଙ୍କୁ ବିକଷିତ ଭାରତ ଗଠନ ନେଇ ସଂକଳ୍ପ କରାଇଥିଲେ। ଏହାପରେ ସମସ୍ତ ନେତା କର୍ମି ଏକାଠି ହୋଇ ବାଦ୍ଯ ବାଜଣା ସହ ନାଚି ନାଚି ସ୍ଥାନୀୟ ଷ୍ଟେଟବ୍ଯାଙ୍କ ଛକକୁ ଯାଇ ସେଠାରେ ସେବାଜ୍ଯୋତି କୁ ପ୍ରତିଷ୍ଠା କରି ଉକ୍ତ ଛକକୁ ସେବାଜ୍ଯୋତି ଛକ ନାମରେ ନାମିତ କରିଥିଲେ। ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପୁର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ପୁର୍ବତନ ରାଜ୍ୟସଭା ସାଂସଦ ପ୍ରଦେଶ ସିଂ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ଯା ଅଶ୍ବନୀ କାଞ୍ଚାଡା, ଶିବ ଉଲ୍ଲାକା, ଶିବ ପଟ୍ଟନାୟକ, ରାମ ବେହେରା, ପ୍ରଭାରି କେ ନାରାୟଣ ରାଓ, ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲକା, ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଗୁଡାରି ପଞ୍ଚାୟତ ସମିତି ଅଧ୍ଯକ୍ଷ ବିଶ୍ବନାଥ ଶବର, ରାଜ୍ୟ ଯୁବମୋର୍ଚ୍ଚାର ଉପ ସଭାପତି ଉମେଶ ଖୋସଲା, ଜିଲ୍ଲା ସାଧାରଣ ସମ୍ପାଦକ ଭୀକାରି ନାହକ, ପୃଥିବୀରାଜ ଧନପତି, ତରୁଣ ଗରଡିଆ, ସମ୍ପାଦକ ବାପି ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା, ସମର୍ଥକ ଜନସାଧାରଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.