Browsing Category

ଓଡିଶା

ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ : ବ୍ୟୟ ଅଟକଳ ୨ ଲକ୍ଷ ୬୫ ହଜାର କୋଟି

ଭୁବନେଶ୍ବର : ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି। ବଜେଟ ଅଭିଭାଷଣ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡିଶା ଗଠନ କରିବା ଜରୁରୀ ଅଟେ। ୨୦୨୪-୨୫

ଖୋଲିଲା ମାଁ ମଝିଘରିଆଣିଙ୍କ ୯ ହୁଣ୍ଡି ମିଳିଲା ୯୯ ଲକ୍ଷ ୧୫ ହଜାର ୪୨୨ଟଙ୍କା, ୩୩ ଟି ବିଦେଶୀ ନୋଟ ସମେତ ୫୩ ଗ୍ରାମ…

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ ନଗଦ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୁପା

କାଳିଆ ଯୋଜନା ନେଇ ବିଚାରବିମର୍ଶ ଚାଲିଛି: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ବର: କାଳିଆ ଯୋଜନା ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ପଚାରିଥିଲେ ଯେ,

ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ଵର: ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ରହିଛି ୧, ୬୧, ୪୩୭ ଟଙ୍କା । ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ନେଇ ଆକଳନ କରାଯାଇଛି । ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଚ୍ଛା ଆୟ ୧୨.୧

୧୦ ଡକାୟତ ଗିରଫ: ୫ଲକ୍ଷ ଟଙ୍କା ଓ ଅଧ କେଜି ସୁନା ଜବତ

ସମ୍ବଲପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଡକାୟତ ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି। ସେହିପରି ୨ଟି ବୋଲେରୋ ଗାଡ଼ି, ୨ଟି ଟ୍ରାକ୍ଟର ଓ ୪ଟି ମୋଟର ସାଇକେଲ୍

ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି: ବାବୁ ସିଂହ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଗୃହ ବାହାରେ ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗ କରି କାଉଣ୍ଟର କରି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ବାବୁ ସିଂହ କହିଛନ୍ତି,

ନକଲି ସସ୍ କାରଖାନା ଠାବ ଘଟଣାରେ ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ନକଲି ସସ୍ କାରଖାନା ଠାବ ଘଟଣାରେ ୩ ଗିରଫ । କାରଖାନାର ମ୍ୟାନେଜର ସହ ୨ କର୍ମଚାରୀଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗତକାଲି ଭୀମଟାଙ୍ଗୀ ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ। ସୂଚନା ଅନୁସାରେ, ଗତକାଲି ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ

ଗୃହରେ ଅଚଳାବସ୍ଥା ଜାରି: ସର୍ବଦଳୀୟ ବୈଠକ ଫେଲ, ମାନିଲେନି ବିରୋଧୀ

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ୩ ଦିନ ହେବ ସ୍ୱାଭାବିକ ହୋଇପାରୁ ନାହିଁ ଗୃହ। ଫଳରେ ଆଜି ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ମିଳୁଥିଲା । ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି ବୋଲି କହିଛନ୍ତି

ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଆଜି ଅପରାହ୍ନ ୪ଟା ୨୫ ମିନିଟ ସମୟରେ ମିଜାଇଲର ବ୍ୟବହାରିକ ପରୀକ୍ଷଣ ହୋଇଥିଲା। ପ୍ରଥମେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତ୍ କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ ଇଣ୍ଟରସେପ୍ଟର ମିଜାଇଲ