ଭଦ୍ରକରୁ ହଟିଲା ୧୬୩ ଧାରା

add-all

ଭଦ୍ରକ : ଭଦ୍ରକରୁ ହଟିଛି ଧାରା ୧୬୩। ଧାମନଗର ଏନଏସି ଓ ଧୋବଲ ସହ ଆଖପାଖ ଅଞ୍ଚଳରୁ କଟକଣା ହଟିବା ନେଇ ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ମାସ ୨୭ ତାରିଖରୁ ଏହି ସ୍ଥାନରେ ୧୬୩ ଧାରା ଜାରି କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ଧାରା ଜାରି କରାଯାଇଥିଲା। ସୂଚନା ଅନୁସାରେ ସୋସିଆଲ ମିଡ଼ିଆରେ ବିବାଦୀୟ ଫେସବୁକ୍‌‌ ପୋଷ୍ଟକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୭ତାରିଖରେ ୧୬୩ଧାରା ଲାଗୁ କରାଯାଇଥିଲା। ଏହାସହ କିଛି ଅଞ୍ଚଳରେ ଇଣ୍ଟରନେଟ୍‌‌ ସେବାରେ କଟକଣା ଲଗାଯାଇଥିଲା।

ad-week
Leave A Reply

Your email address will not be published.