Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୋରାପୁଟରେ ଗଡୁନି ଘରୋଇ ବସ୍, ଯାତ୍ରୀ ନାକେଦମ
କୋରାପୁଟ : କୋରାପୁଟରେ ଗଡୁନି ଘରୋଇ ବସ୍। ଘରୋଇ ବସ୍ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି।
ଆଜି ସକାଳୁ କୋରାପୁଟରୁ କୌଣସି ଘରୋଇ ବସ ଗଡ଼ୁନଥିବାରୁ ହଇରାଣ ହେଉଛନ୍ତି ଯାତ୍ରୀ। ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା!-->!-->!-->…
ଭାରତରୁ ୟୁରୋପକୁ ଚାଲିବ ହାଇସ୍ପିଡ୍ ଟ୍ରେନ ! ଜି-୭ ସମ୍ମିଳନୀରେ ଭାରତ-ୟୁରୋପ କରିଡରକୁ ନେଇ ସହମତି
ବାରି (ଇଟାଲୀ): ଆମନ୍ତ୍ରିତ ସଦସ୍ୟ ଭାବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ଜି-୭ ଦେଶଗୁଡ଼ିକ ଭାରତକୁ ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ହାଇସ୍ପିଡ୍ ରେଳପଥ ଜରିଆରେ ଭାରତକୁ ସିଧାସଳଖ ୟୁରୋପ ସହ ଯୋଡ଼ିବାକୁ ସହମତି!-->…
ଭୁବନେଶ୍ବରରେ ପହଞ୍ଚିଲା ମୃତ ଦୁଇ ଓଡ଼ିଆଙ୍କ ମରଶରୀର, ରାଜ୍ୟ ସରକାରଙ୍କ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା କୁଏତ୍ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆଙ୍କ ମର ଶରୀର। ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି। ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଏବଂ ପ୍ରଭାତୀ ପରିଡ଼ା!-->…
୬୧ ଦିନର କଟକଣା ପରେ ହଟିଲା ନଦୀ ଓ ସମୁଦ୍ର ମୁହାଣରୁ ମାଛଧରା କଟକଣା
ପାରାଦୀପ: ୬୧ ଦିନର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା।ସୂଚନାଯୋଗ୍ୟ, ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ!-->…
କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା: କାରଣ ଖୋଜିବା ନେଇ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ଆକ୍ସନ ମୋଡରେ ମୋହନ ସରକାର। ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ!-->…
ଶାଶୁ ଓ ଜ୍ୱାଇଁ ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିବା ବେଳେ ବଜ୍ରପାତ, ଶାଶୁ ମୃତ, ଜ୍ବାଇଁ ଗୁରୁତର
ଦିଗପହଣ୍ଡି : ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ ଶାଶୁ ଓ ଜ୍ୱାଇଁ। ହଠାତ୍ ହେଲା ବଜ୍ରପାତ। ସେହିଠାରେ ଟଳି ପଡ଼ିଲେ ଶାଶୂ ଓ ମେଡ଼ିକାଲ୍ ବେଡ୍ରେ ଜ୍ୱାଇଁ। ଆଜି ଅପରାହ୍ନାରେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକଅଞ୍ଚଳରେ ଘଟିଛି।ଆଜି ଅପରାହ୍ନରେ ଦିଗପହଣ୍ଡି!-->…
ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମହିଳା ମୃତ
କୋରାପୁଟ : କୋରାପୁଟ ଟାଉନ୍ ଥାନା ଅଧୀନ କୋଲାବ ଡ୍ୟାମ୍ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଖସିବା ଫଳରେ ଚାପି ହୋଇ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ।ସୂଚନା ଅନୁସାରେ,!-->…
୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ
ବରଗଡ଼ : ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତା ଭି.କେ ପାଣ୍ଡିଆନ୍ ସନ୍ନ୍ୟାସ ନେଇପାରିବେ ନାହିଁ। ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ। ତାଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଆଜି ଏପରି କହିଛନ୍ତି ଚାଷୀ ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ଆଜି ଅତାବିରାରେ ରାଜ୍ୟ କୃଷକ ସଂଗଠନ!-->…
ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲାଗି ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଠିକ୍ ସେହିପରି ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ତାଗିଦ!-->…
ପତ୍ନୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ: ୪ ଦିନ ପରେ ଶବ ବାହାର କଲା ପୁଲିସ
ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ର କରି ନୃଶଂସ କାଣ୍ଡ ଭିଆଇଛନ୍ତି ସ୍ୱାମୀ। ପତ୍ନୀ ତଣ୍ଟି ଚିପି ହତ୍ୟା କରିବା ପରେ ପଡ଼ୋଶୀଙ୍କ ସହାୟତାରେ ପୋତି ଦେଇଥିଲେ। ମୃତ ମହିଳା ଭାଇଙ୍କ ଲିଖିତ ଏତଲା ପରେ ଘଟଣା ସାମ୍ନାକୁ ଆସିଛି। ଚାରି ଦିନ ପରେ ପୁଲିସ ଶବ ଖୋଳି ବାହାର କରିଛି। ହତ୍ୟାକାରୀ!-->…