ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ: ଜାଣନ୍ତୁ, କିଏ କେଉଁ ବର୍ଗରେ ପାଇଲେ

add-all

ଭୁବନେଶ୍ବର : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ଏବଂ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ରାଜ୍ୟ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।
ହକି କ୍ଷେତ୍ରରେ ଉତ୍କର୍ଷ ଅବଦାନ ଓ ଆଜୀବନ ଉପଲବ୍ଧି ପାଇଁ ଲାଜ୍‌ରୁସ ବାର୍ଲାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୪ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି।
ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଜାଭେଲିନ ଥ୍ରୋୟର କିଶୋର କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି।
ଶ୍ରେଷ୍ଠ ଉଦୀୟମାନ କନିଷ୍ଠ କ୍ରୀଡ଼ାବିତ ଭାବେ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।
ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର ଇକବାରଲଙ୍କୁ ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି।
କ୍ରୀଡ଼ା ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ହକି ପ୍ରଶିକ୍ଷକ ବିଜୟ କୁମାର ଲାକ୍ରାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି।
ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପାଇଛନ୍ତି ସୁକେଶ ରଞ୍ଜନ ବେହେରା। ତାଙ୍କୁ ଦୁଇ ଲକ୍ଷ ଟଙ୍କା ସହ ଟ୍ରଫି ଦିଆଯାଇଛି।
ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ/କ୍ରୀଡ଼ା ସହାୟକ ଭାବେ ରୂପାନ୍ୱିତା ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି।
ଜୟନ୍ତୀ ମଲ୍ଲିକ ଓ ରୁଦ୍ର ପ୍ରସାଦ ମଲ୍ଲିକଙ୍କୁ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବୋକୃଷ୍ଟ ଅବଦାନ ପାଇଁ ନବରତ୍ନ କମ୍ପାନୀ ନାଲକୋକୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.