Browsing Category

ଓଡିଶା

କଲବଲ କରୁଛି ତାତି; କାଲିଠୁ ସ୍କୁଲ ଛୁଟି

ଭୁବନେଶ୍ବର : ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଲୋକେ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।ଖରାକୁ

କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ ପଟ୍ଟନାୟକ : ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ବିଜେପୁରରୁ ଲଢ଼ିଥିଲେ

ଭୁବନେଶ୍ବର : ବିଜେଡି ଆଜି ତାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜ୍ୟରେ ସାଧାରଣ

ମଳଦ୍ୱାରରେ ଲୁଚାଇ ଆଣୁଥିଲେ ସୁନା

ଭୁବନେଶ୍ବର : ଭୁବନେଶ୍ୱର ବିମାନବନ୍ଦରରୁ ଏକ କେଜି ସୁନା ଜବତ ହୋଇଛି। ବିମାନବନ୍ଦରରେ କାର୍ଯ୍ୟରତ କର୍ମଚାରୀ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ଏହି ସୁନା ଜବତ କରିଛନ୍ତି। ବ୍ୟାଙ୍କକରୁ ଭୁବନେଶ୍ୱର ଆସି ଅବତରଣ କରିବା ପରେ ଜଣେ ଅଣ ଓଡ଼ିଆ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରିଛି କଷ୍ଟମ

ପଶ୍ଚିମଓଡ଼ିଶାକୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ : ବିରୋଧୀ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । ନବୀନ ଆତ୍ମବିଶ୍ୱାସ ହରାଇସାରିଛନ୍ତି । ପଶ୍ଚିମଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇ ଏବେ ପୁଣିଥରେ ଧୋକା ଦେବାକୁ ପ୍ରୟାସ କରୁଛନ୍ତି ।

ଘୋଷଯାତ୍ରା ଲାଗି ରଥକାଠ ଚିରଟ ଅନୁକୂଳ

ପୁରୀ : ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ। ପବିତ୍ର ରାମ ନବମୀରେ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି।କଟକ ଖପୁରିଆରେ ଥିବା ବନ ବିଭାଗର ସରକାରୀ କରତ କଳରେ ଆରମ୍ଭ ହୋଇଛି ଚିରଟ କାମ। ଶ୍ରୀମନ୍ଦିର

ଗଂଜେଇ ଚାଷ ପାଇଁ ଅର୍ଥ ସହଯୋଗ କରି ବନ୍ଧା ହେଲେ କର୍ଣ୍ଣାଟକ ବାସିନ୍ଦା

ମାଲକାନଗିରି: ଜିଲ୍ଲାରେ ପ୍ରବଳ ଗଂଜେଇ ଚାଷ କରାଯାଉଥିବା ବେଳେ ଏଥିପାଇଁ ବହୁ ମାଫିଆଙ୍କ ସହଯୋଗ ରହିଛି। ଏହିକ୍ରମରେ କର୍ଣ୍ଣାଟକର ମହୀଶୁର ଅଂଚଳର କାଭେନପୁର ନଗର ବାସିନ୍ଦା ଲୋହିତ ଅଥଗୁର ସଦାଶିବ(୪୧)ଙ୍କ ସହଯୋଗରେ ଏମଭି-୯୦ର ଅସିତ ମଣ୍ଡଳଙ୍କ ସହଯୋଗରେ ଗାରଲୁର ଜଂଗଲରେ ଗଂଜେଇ ଚାଷ

କଂଗ୍ରେସର ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନ ସଭାପତି, ମନୋରଂଜନ ଦାସ ଆବାହକ

ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ପାଇଁ ବୁଧବାର ତାଲିକା ଜାରି ହୋଇଛି। ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି।ଓଡ଼ିଶା

ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା: କଣ୍ଟାବାଞ୍ଚିରୁ ନବୀନ, ପ୍ରସନ୍ନ-ରୋହିତଙ୍କ ଆସନ ଅଦଳବଦଳ

ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଚିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଏବଂ ରେଢାଖୋଲ ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ପରିବର୍ତ୍ତନ

ଏମ୍ସ ଭୁବନେଶ୍ୱରରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର ପ୍ରତିରୋପଣ ସେବା ଆରମ୍ଭ, ଆଉ ଯିବାକୁ ପଡ଼ିବନି ମେଟ୍ରୋ ସହର

ଭୁବନେଶ୍ୱର: ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଶରୀରରୁ ଗମ୍‌ଗମ୍‌ ଝାଳ ବାହାରିପଡୁଛି। ଦିନସାରା ତତଲା ଝାଞ୍ଜି ବହୁଛି। ଆଜି ରାଜ୍ୟର ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଥିରେ ତାଳଚେରରେ