ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା, ବିଜେଡି ନେତାଙ୍କ ଘରେ ପୋଲିସ

add-all

ଭୁବନେଶ୍ବର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ଘଟଣାରେ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା ପୋଲିସ । ତଦନ୍ତ ଓ ପଚରାଉଚରା ପାଇଁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ ।

ସୂଚନା ଅନୁସାରେ, କାଲି ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଉକ୍ତ ମହିଳା ସାମ୍ବାଦିକ। ଅଭିଯୋଗ ଅନୁସାରେ ଖବର ସଂଗ୍ରହ ପାଇଁ ଉକ୍ତ ମହିଳା ସାମ୍ବାଦିକା ଜଣଙ୍କ ଯାଇଥିବା ବେଳେ ଏଭଳି କରିଥିଲେ ରଘୁନନ୍ଦନ । ଉକ୍ତ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଏତଲା କରିଥିଲେ ସାମ୍ବାଦିକା।

ରାଜଧାନୀରେ ବିଜେଡି ନେତାଙ୍କ ଏଭଳି ଆଚରଣ ମହଳା ସାମ୍ବାଦିକା ଏବଂ ତାଙ୍କ କ୍ୟାମେରାମ୍ୟାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଯଦିଓ ଏବେ ଉଭୟ ସୁରକ୍ଷିତ ଅଛନ୍ତି। ଏପରି ଘଟଣାକୁ ରାଜ୍ୟର ସାମ୍ବାଦିକମାନେ ନିନ୍ଦା କରିଛନ୍ତି।

ad-week
Leave A Reply

Your email address will not be published.