Browsing Category

ଓଡିଶା

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ; ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପୂର୍ବାହ୍ନ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢ଼ା

ଭୁବନେଶ୍ବର: ପରିବର୍ତ୍ତିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ଯୁବକ, ରସି ଲଗାଇ ନିଜେ ଝୁଲିପଡ଼ିଲା ପୁଅ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ

ସମ୍ବଲପୁରରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବୁ: ଜୟନାରାୟଣ ମିଶ୍ର

ସମ୍ବଲପୁର: ସାଧାରଣ ନିର୍ବାଚନ-୨୦୨୪ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନଙ୍କର ବୟାନ ସେତିକି ଆସୁଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର କହିଛନ୍ତି, ସମ୍ବଲପୁରରେ ଏଥର ବିଜେପି ଏକତରଫା ବିଜୟ ହାସଲ କରିବ। ସେ ନେଇ ଦୃଢ଼ୋକ୍ତିର ସହିତ କହିଛନ୍ତି ଯେ, ଏଥର ୱାନ ସାଇଡ୍

ପାଣ୍ଡିଆନଙ୍କଠୁ ଅନାବଶ୍ୟକ ସୁରକ୍ଷା ପ୍ରତ୍ୟାହାର ଦାବିରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର : ବିଜେଡିର ଅଘୋଷିତ ମୁଖିଆ ଭିକେ ପାଣ୍ଡିଆନଙ୍କଠୁ ଅନାବଶ୍ୟକ ସୁବିଧା ପ୍ରତ୍ୟାହାର କରାଯାଉ ବୋଲି ବିଜେପି ଦାବି କରିଛି । ଏନେଇ ଳିଖିତ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି । ଏହାସହିତ ସରକାରୀ ‘ଲକ୍ଷ୍ମୀ’ ବସରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ ଲଗାଇବା

ତାତିରେ ସିଝିଲା ପୂରା ରାଜ୍ୟ ! ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର : ତାତିରେ ସିଝିଲା ପୂରା ରାଜ୍ୟ! ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରି ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତାତିରୁ ବର୍ତ୍ତି

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ..!

ବଲାଙ୍ଗୀର : ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଟାଉନ୍‌ରୁ। ମୃତକ ହେଉଛି ଖୁଜେନପାଲିଗାଁର ୩୦ ବର୍ଷୀୟ ଯୁବକ ତ୍ରିନାଥ ବକୁଲ।ତ୍ରିନାଥ ବକୁଲ ବଲାଙ୍ଗିର ଟାଉନ୍‌କୁ ଆସିଥିଲେ। ମାର୍କେଟିଂ ସାରି ମଧ୍ୟାହ୍ନରେ ଘରକୁ

ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର : ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟାହ୍ନରେ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ନିର୍ବାଚନ

ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ

ବାରିପଦା : ଶିମିଳିପାଳ ଅଭୟରଣ୍ୟର ଡୁକୁରା ରେଞ୍ଜରୁ ୯ ଜଣ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ବନ ବିଭାଗ। ଶିକାରୀଙ୍କଠାରୁ ୩୦ କେଜି ସମ୍ବର ମାଂସ ଓ ୯ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁବନ ବିଭାଗ ଉଦ୍ୟମ ଚଳାଇଛି।ଶୁକ୍ରବାର

୪ ବର୍ଷ ହେଲା ଅଣନିଶ୍ୱାସୀ ହୋଇ ପଡ଼ିଥିଲି: ଅନୁଭବ

ଭୁବନେଶ୍ବର : ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବିଜେଡି ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ନିଜ ଇସ୍ତଫାପତ୍ରରେ ଅନୁଭବ ମହାନ୍ତି ଲେଖିଛନ୍ତି, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି। ମୋ’ ବାପା ଓ ବଡ଼ ବାପାଙ୍କ

ଶ୍ରୀମନ୍ଦିରରେ ପଶୁଥିଲେ, ଅଟକାଇବାରୁ ଆକ୍ରମଣ କଲେ ବିଦେଶୀ ପର୍ଯ୍ୟଟକ

ପୁରୀ : ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ବିରୋଧ କରିବାରୁ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଛନ୍ତି। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ହେଲେ ନିଶାସକ୍ତ