ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନ ନିବାସରେ ସମୀକ୍ଷା ବୈଠକ

add-all

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ବିପର୍ଯ୍ୟୟ ପରେ ଗୁରୁବାର ପରାଜିତ ପ୍ରାର୍ଥିମାନଂଙ୍କୁ ନେଇ ନବୀନ ନିବାସରେ ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଫୁଲବାଣୀ ବିଧାନସଭା ଆସନରୁ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ସହିତ ଅନ୍ୟ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଯୋଗଦେଇଛନ୍ତି।

ଗୋପବନ୍ଧୁ ଦାସ, ରବୀନ୍ଦ୍ର ଜେନା, କୌଶଲ୍ୟା ପ୍ରଧାନ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରିତିରଞ୍ଜନ ଘଡାଇ, ପଦ୍ମନାଭ ବେହେରା, ବିଶ୍ନୁବ୍ରତ ରାଉତରାୟ, ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା ପ୍ରମୁଖ ବୈଠକରେ ଯୋଗଦେଇଛନ୍ତି।

ସେହିପରି ପରାଜିତ ସାଂସଦ ପ୍ରାର୍ଥୀମାନେ ମଧ୍ୟ ନବୀନ ନିବାସରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ସେମାନେ ହେଲେ ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ପ୍ରଣବ ପ୍ରକାଶ ଦାସ, ଅବିନାଶ ସାମଲ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର ନବୀନ ନିବାସରେ ଆୟୋଜିତ ବୈଠକରେ ପହଞ୍ଚିଥିଲେ।

ad-week
Leave A Reply

Your email address will not be published.