Browsing Category

ଓଡିଶା

ଭରତପୁର ଥାନା ଘଟଣା; ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌। ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନେଇ ରବିବାର ଦିନ

୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର

ଭୁବନେଶ୍ୱର : ସାରା ରାଜ୍ୟରେ ୧୦ ଦଫା ଦାବୀ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ନର୍ସିଂ ଅଫିସର। ଆଜି ଦ୍ଵିତୀୟ ଦିନରେ କଟକ ଏସସିବିରେ ଆନ୍ଦୋଳନରେ ବସିଥିବା ଏକ ହଜାର ନର୍ସିଂ ଅଫିସରଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ ଓ ଚୌଦ୍ଵାର-କଟକ ବିଧାୟକ ସୌଭିକ

ମୁଖ୍ୟମନ୍ତ୍ରୀଙ୍କ ତାଗିଦ- ରାତି ଅଧରେ ବି ମହିଳାଙ୍କ ଅଭିଯୋଗ ଶୁଣ, ମାମଲା ଦାଏର କର

ଭୁବନେଶ୍ୱର: ‘ଥାନାରେ ଭଲ ବ୍ୟବହାର କର, ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’ ଆଜି କିଛି ଏଭଳି ଭାବେ କଡ଼ା କଥା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର

ଓଡ଼ିଶାକୁ ମାଓ ହିଂସା ରୂପକ ଭାଇରସରୁ ପୁଲିସ ମୁକ୍ତ କରିପାରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ପୁଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୁଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୁଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ

କୁତ୍ସିତ ଜାତି ପ୍ରଥା: ଘରେ ୧୨ ଘଣ୍ଟା ପଡ଼ି ରହିଲା ମୃତଦେହ

ସୁବର୍ଣ୍ଣପୁର : କୁତ୍ସିତ ଜାତି ପ୍ରଥାର ଅନ୍ଧାରୀ କୋଠରୀରୁ ସମ୍ପୂର୍ଣ୍ଣ ବାହାରି ପାରିନାହିଁ ଏ ସଭ୍ୟ ସମାଜ। ଯେଉଁପାଇଁ ଆଜି ମୃତଦେହକୁ ଅସମ୍ମାନିତ କରାଯାଇଛି। ଜାତିଆଣ ମନୋଭାବ ଯୋଗୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ। ଗାଁ ଲୋକେ ମୃତଦେହ ସତ୍କାର କଲେନାହିଁ।

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୪ ମୃତ, ୨୩ ଆହତ

ବାଲେଶ୍ବର : ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା

୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦୁଇ ଦିନଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀ ୩୦ ତାରିଖରେ ଝାଡ଼ଖଣ୍ଡ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ। ସେଠାରେ ପ୍ରାକ୍ ନିର୍ବାଚନୀ

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ

ଅନାସ୍ଥାରେ ହାରିଲେ ନୀଳଗିରି ଏନ୍‌ଏସି ଅଧ୍ୟକ୍ଷା

ଅନାସ୍ଥାରେ ହାରିଲେ ନୀଳଗିରି NAC ଅଧ୍ୟକ୍ଷା। NAC ଅଧ୍ୟକ୍ଷା ଅମ୍ବିକା ଦାଶଙ୍କ ବିପକ୍ଷରେ ୧୩ କାଉନସିଲର୍‌ଙ୍କ ଭିତରୁ ୧୦ ଜଣ ଭୋଟ୍ ଦେଇଥିଲେ। ଅର୍ଥାତ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିଲେ। ଜଣେ ଅନାସ୍ଥା ବିପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ରହିଥିଲେ।