Browsing Category

ବିଦେଶ

ଆରମ୍ଭ ହେଲା ଫୁଟ୍‌ବଲ୍‌ ମହାସମର: ଉଦ୍‌ଘାଟନୀ ଉତ୍ସବରେ ଆରବୀୟ ଝଲକ, ପ୍ରଥମ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ବେଡ଼ର

ଦୋହା : ଅନେକ ବାଦ ବିବାଦ ଓ ପ୍ରତିବନ୍ଧକ ଭିତରେ କାତାରରେ ରବିବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ୍‌ର ମହାସମର ଫିଫା ବିଶ୍ବକପ୍‌। ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ବକପ୍‌ରେ ପଦାର୍ପଣ କରିଛି। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଅଧଘଣ୍ଟାର ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମର

ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ, ୫ ଜଣଙ୍କର ମୃତ୍ୟୁ

ନ୍ୟୁୟର୍କ: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ସମଲିଙ୍ଗୀ କ୍ଲବରେ ଗୁଳି ବିନିମୟ ହୋଇଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି | ମିଡିଆ ରିପୋର୍ଟ ଅନୁଯାୟୀ ରବିବାର ରାତିରେ କଲୋରଡୋ ସ୍ପ୍ରିଙ୍ଗ୍ସର ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଜଣେ ବନ୍ଧୁକଧାରୀ ଗୁଳି

ଗ୍ୟାସ ବିସ୍ଫୋରଣ ପରେ ଭୁଶୁଡ଼ିଲା ଆପାର୍ଟମେଣ୍ଟ, ୯ ମୃତ

ମସ୍କୋ: ଗ୍ୟାସ ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଛି ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ବିରାଟ ଅଂଶ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଜଣଙ୍କ ପତ୍ତା ମିଳୁନି। ନିଖୋଜ ଥିବା ଲୋକ ଜଣଙ୍କ ଆପାର୍ଟମେଣ୍ଟର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି। ରୁଷର ପ୍ୟାସିଫିକ ଦ୍ୱୀପ

ଜାତିସଙ୍ଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା କଡ଼ା ଜବାବ

ପାକିସ୍ତାନ ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି । ଜାତିସଂଘର ସ୍ଥାୟୀ ମିଶନରେ କାଉନସିଲର ଥିବା ଭାରତୀୟ ପ୍ରତିନିଧି ପ୍ରତୀକ ମାଥୁର କହିଛନ୍ତି, ପାକିସ୍ତାନର ଏକ ପ୍ରତିନିଧି ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ

ରୁଷିଆ-ୟୁକ୍ରେନ ଯୁଦ୍ଧ: ସଡ଼କ ଉପରେ କାର ଯିବା ସମୟରେ ହଠାତ୍ ଉଡ଼ିଗଲା କାର

ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। ପ୍ରାୟ ପ୍ରତ୍ୟେକ ଦିନ ଏହାର ଅନେକ ଅଘଟଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଦିଆ ଭାଇରାଲ ହେଉଛି ଯେଉଁଠି ରାସ୍ତାରେ କାର ଯାଉଥିବା ବେଳେ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି ପଡ଼ିଲା ଏବଂ ଉପରକୁ ଉଠି ଗଲା କାର। ଋଷ ୟୁକ୍ରେନ

ବହୁ ସଂଖ୍ୟାରେ twitter କର୍ମଚାରୀଙ୍କ ଇସ୍ତଫା, ଟ୍ରେଣ୍ଡିଂ କରୁଛି #RIP ଟ୍ୱିଟର

ସାନଫ୍ରାନସିସ୍କୋ ୧୮।୧୧: ଟ୍ୱିଟରରେ ଏବେ ଟ୍ୱିଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଲନ ମସ୍କଙ୍କ ଟ୍ୱିଟରରେ କାମ କରିବା ଲାଗି ତାଙ୍କ କଠୋର ନୀତିରେ ସହମତ ହେବା ଅଥବା କମ୍ପାନୀ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଶହଶହ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଇସ୍ତଫା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭାରତୀୟମାନଙ୍କ ପାଇଁ ୩୦୦୦ ବ୍ରିଟିସ୍‌ ଭିସା ମଞ୍ଜୁର କଲେ ଋଷି ସୁନକ୍‌

ଲଣ୍ଡନ୍‌: ବ୍ରିଟେନ୍‌ରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗୃହୀତ କରିଛନ୍ତି। ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍‌ସିପ୍‌’

ବାଲି ହେନ୍ତାଳବନରେ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ଜି୨୦’ର ଅନ୍ୟାନ୍ୟ ନେତା

ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ‘ତାମାନ ହୁତାନ ରାୟା ନୁରା ରାଇ’ ହେନ୍ତାଳବନକୁ ଯାଇ ହେନ୍ତାଳ ଚାରା ରୋପଣ କରିଛନ୍ତି।ରୋପଣ ନିମନ୍ତେ ପ୍ରତି ନେତାଙ୍କୁ ଗୋଟିଏ ଲେଖାଏଁ ହେନ୍ତାଳ ଚାରା ଦିଆଯାଇଥିଲା। ଏହା ପରେ ନେତାମାନେ ଚାରା ଥିବା ‘ଫିଡ୍‌

ଲକଡାଉନରେ ରହି ଅତିଷ୍ଠ ହେଲେଣି ଚୀନ ଲୋକେ, ବ୍ୟାପିଲା ହିଂସା

ବେଜିଂ : ସମଗ୍ର ବିଶ୍ବ କୋଭିଡ ମହାମାରୀରୁ ପ୍ରାୟତଃ ମୁକ୍ତ ହୋଇଯାଇଥିବାବେଳେ ଚୀନରେ ଏବେ ବି କୋଭିଡ୍ ସଂକ୍ରମଣ ବଢିଚାଲିଛି । ଦେଶକୁ କୋଭିଡମୁକ୍ତ କରିବାକୁ ଚୀନ ସରକାର କଠୋର କଟକଣା ଲାଗୁ କରୁଛନ୍ତି । କିନ୍ତୁ ବାରମ୍ବାର କଠୋର ଲକଡାଉନରେ ରହି ରହି ଚୀନର ଲୋକମାନେ ବିରକ୍ତ ହୋଇଗଲେଣି ।

କୋଭିଡ ପରେ ନୂଆ ବିଶ୍ବ ଗଠନ ଦାୟିତ୍ବ ଆମର: ଜି୨୦ ବୈଠକରେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବ‌ାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମଙ୍ଗଳବାର ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା ଜ୍ଞାପନ