ଚୀନ୍ ରେ ଦିନକରେ ୨୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

add-all

ବେଜିଂ: ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା। କିଛି ଦିନର ବ୍ୟବଧାନ ପରେ ପୁଣି ମେଲାଇଲାଣି କାୟା। ଦିନକରେ ଏକାଥରକେ ଚିହ୍ନଟ ହେଲେ ୨୮ ହଜାରରୁ ଅଧିକ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଥରେ ଚୀନ୍‌ରେ ଆତଙ୍କ ଖେଳିଯାଇଛି। ଫଲରେ ଏଠାକୁ ପୁଣି ଥରେ ଲକ୍‌ଡାଉନ୍ ଫେରିଛି।
ଚୀନ୍‌ର ରାଜଧାନୀ ବେଜିଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଦିନରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି। ସୋମବର ଏଠାରେ ଦୈନିକ ସଂକ୍ରମଣ ୨୮ ହଜାର ୧୨୮ରେ ପହଞ୍ଚିଛି। ସେହିପରି ମଙ୍ଗଳବାର ଏହି ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ ଲାଗୁ କରାଯାଇଛି।
ଗୁନଝାଓ ସହରରେ ଗତ ସୋମବାରରେ ୯ ହଜାର ୮୫ କରୋନା କେସ୍ ବାହାରିଥିବା ବେଳେ ପୁରା ଚୀନରେ ୨୮ ହଜାର ୧୨୮ମାମଲା ସାମ୍ନାକୁ ଆସିଛି। ଏହାପରେ ଜିରୋ କୋଭିଡ ପଲିସି ଅନୁଯାୟୀ କଡା କଟକଣା ଲାଗୁ କରାଯାଇଛି। ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରାଯିବା ସହ ଘରୁ ବାହାରିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ସାଢ଼େ ତିନି ମିଲିୟନରୁ ଅଧିକ ଜନସଂଖ୍ୟା ଥିବା ବାଇଜୁନ୍ ଜିଲ୍ଲାରେ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଛୁଟି ଘୋଷଣା ହୋଇଛି। ପରିସ୍ଥିତିକୁ ଅଧିକ ବିଗାଡ଼ିଛି ବେଜିଂରେ କରୋନା ମୃତ୍ୟୁ। ବେଜିଂରେ ଚଳିତ ସପ୍ତାହରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ତତ୍ପରତା ବଢ଼ିଛି। ଡିସେମ୍ବର ପରେ ପ୍ରଥମ ଥର ପାଇଁ ବେଜିଂରେ କରୋନା ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.