ଆତ୍ମହତ୍ୟା କଲେ ଆଦିବାସୀ ନେତ୍ରୀ ନିଶା ଭଗତ, ଫେସବୁକ୍ ଲାଇଭ୍‌ରେ ଆଣିଲେ ସଙ୍ଗୀନ ଅଭିଯୋଗ

puja26

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପିଠୋରିଆ ଥାନା ଅଞ୍ଚଳର ଆଦିବାସୀ ନେତ୍ରୀ ନିଶା ଭଗତ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ନିଶା ଫେସବୁକ୍‌ରେ ଲାଇଭ୍ ଆସି ଅନେକ ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ ପ୍ରାୟ ୧୦ ମିନିଟ୍‌ର ଏକ ଲାଇଭ୍ ଭିଡିଓ ଫେସବୁକ୍‌ରେ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଦେଇଥିଲେ ।
ଶୁକ୍ରବାର ନିଶା ଫେସବୁକ୍ ଲାଇଭ୍‌କୁ ଆସି କହିଥିଲେ, “ମୋ ଜନଜାତି ସମାଜକୁ ବଞ୍ଚାଇବା ପାଇଁ ମୁଁ ନିରନ୍ତର ସଂଘର୍ଷ କରିଆସିଛି, କିନ୍ତୁ କିଛି ହୋଇପାରୁନାହିଁ। ମୋତେ ବଦନାମ କରୁଥିବା ଲୋକଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ସେମାନଙ୍କ ବିରୋଧରେ ମୋ ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଗଲା ନାହିଁ।” ନିଜ ବାପାଙ୍କ କଥା ଉଲ୍ଲେଖ କରି ନିଶା କହିଥିଲେ ଯେ ତାଙ୍କ ଆତ୍ମହତ୍ୟା ବାପାଙ୍କୁ ଗଭୀର ଦୁଃଖ ଦେବ। ତେବେ ଅନ୍ୟ କିଛି ଉପାୟ ନ ପାଇ ଶେଷରେ ସେ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ନିଶା କହୁଥିବା ଦେଖିବାକୁ ମିଳିଛି । ଅନେକ ଅଧିକାରୀ ଏବଂ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ସହାୟତା କରି ନ ଥିଲେ। ତାଙ୍କ ସହ ଅନ୍ୟାୟ ହୋଇଛି ଏବଂ ତାଙ୍କ କଥା ଶୁଣିବାକୁ କେହି ନାହାନ୍ତି ବୋଲି ଲାଇଭ୍‌ରେ ବାରମ୍ବାର କହୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ, ନିଶା ମୃତ୍ୟୁ ପୂର୍ବରୁ ନିଜ ଅଂଚଳ ପିଠୋରିଆ ଥାନା ଅଧିକାରୀଙ୍କୁ ଫୋନ୍ କରି ନିଜ ଜୀବନ ଶେଷ କରିବାକୁ ଯାଉଥିବା କଥା ମଧ୍ୟ କହିଥିଲେ। କିନ୍ତୁ ଥାନା ଅଧିକାରୀ ଫୋନ୍ କାଟି ଦେଇଥିବା ଅଭିଯୋଗ ହୋଇଛି।
ନିଶାଙ୍କ ଆତ୍ମହତ୍ୟା ଉଦ୍ୟମ ଫେସବୁକ ଲାଇଭରେ ଦେଖିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ad-week
Leave A Reply

Your email address will not be published.