ୱାଲମାର୍ଟ ଷ୍ଟୋର୍‌ରେ ଗୁଳିମାଡ଼, ପାଖାପଖି ୧୦ ମୃତ

add-all

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍‌ରେ ଭିଡ ଜମିଥିବା ବେଳେ ଗୁଳିମାଡ ହୋଇଛି। ଏଥିରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର ଗୁଳିକାଣ୍ଡ।
ସମାଚାର ଏଜେନ୍ସି ଏଏଫ୍‌ପିର ରିପୋର୍ଟ ମୁତାବକ, ଜଣେ ବନ୍ଧୁକଧାରୀ ମଙ୍ଗଳବାର ସନ୍ଧ୍ୟାରେ ଭର୍ଜିନିଆର ଏହି ୱାଲମାର୍ଟ ଷ୍ଟୋର୍‌ରେ ପସି ଆସିଥିଲା। ଏହାପରେ ଭିଡ ଉପରୁ ଆଖିବୁଜା ଗୁଳିମାଡ କରିଥିଲା। ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି। ସେପଟେ ପୁଲିସ ଉକ୍ତ ସୁଟର୍‌କୁ ମଧ୍ୟ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି।
ପୁଲିସ କହିବା ମୁତାବକ, ୱାଲ୍‌ମାର୍ଟରେ ଗୁଳିକାଣ୍ଡ ଘଟିବା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦ଟା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକାଧିକ ଲୋକ ମୃତାହତ ହୋଇଥିବା କଥା ଷ୍ଟୋର୍ ଭିତରକୁ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ।

ad-week
Leave A Reply

Your email address will not be published.