Browsing Category

ଦେଶ

୬୫୦ଫୁଟ ଉଚ୍ଚରେ ଉଡ଼ୁଥିବା ବେଳେ ବିମାନର ଜରୁରୀକାଳିନ ଦ୍ବାର ଖୋଲି ଦେଲେ ଯାତ୍ରୀ, ୯ଜଣ ଆହତ

ନୂଆଦିଲ୍ଲୀ: ସାଉଥ କ‌ୋରିଆର ଏସିଆନା ଏୟାରଲାଇନ୍ସର ବିମାନରେ ଜଣେ ଯାତ୍ରୀ ବିମାନର ଜରୁରୀକାଳିନ ଦ୍ବାର ଖୋଲି ଦେଇଥିଲେ। ଏହି ଘଟଣା ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ଘଟିଥିବା କୁହାଯାଉଛି।ଏହି ସମୟରେ ବିମାନଟି ପାଖାପାଖି ୬୫୦ଫୁଟ ଉଚ୍ଚରେ ଉଡ଼ୁଥିଲା। ତେବେ ବିମାନରେ ଏଭଳି…

ନିଜ ଦଳରେ ଏକୁଟିଆ ହୋଇଗଲେ ଇମ୍ରାନ, ସେନା ଭୟରେ ହାତ ଛାଡ଼ିଦେଲେ ଘନିଷ୍ଠ ସହଯୋଗୀ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ବିପଦ ବଢିଚାଲିଛି । ସେନା ବିରୋଧରେ ସେ ଲଢୁଥିବା ଲଢେଇରେ ଧୀରେ ଧୀରେ ତାଙ୍କ ସହଯୋଗୀମାନେ ତାଙ୍କୁ ତ୍ୟାଗ କରିଚାଲିଛନ୍ତି । ନିଜ ଦଳରେ ବି ସେ ଏକୁଟିଆ ହୋଇଯାଇଛନ୍ତି ।ଇମ୍ରାନଙ୍କ ମୁକ୍ତି ଦାବିରେ ଗତ ୯ ତାରିଖରେ…

୨୦୨୪ ଲୋକସଭା ନିର୍ବାଚନକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମିଳିବ ୩୦୦ରୁ ଅଧିକ ଆସନ

ରାୟପୁର: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ କିଛି ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି | ଆଉ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିର୍ବାଚନର ବର୍ଷକ ପୂର୍ବରୁ ଫଳାଫଳ କଣ ହେବ ତାହାକୁ ନେଇ ଭଵିଷ୍ୟବାଣୀ କରିଛନ୍ତି | ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି…

ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ : ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଜଳମଗ୍ନ ଭୂସ୍ଖଳନ ସୃଷ୍ଟି…

ହ୍ୱାଟସ ଆପ୍‌ରେ ଘରେ ରହି କାମ କରିବାକୁ ଅଫର ଦେଲେ, ୭୦ ଲକ୍ଷ ଲୁଟି ନେଲେ

ନୂଆଦିଲ୍ଲୀ : ହ୍ୱାଟସଆପ୍‌ କଲରୁ ଆରମ୍ଭ ହୋଇଥିବା ଆଉ ଏକ ୱାର୍କ ଫର୍ମ ହୋମ (WFH) ସ୍କାମ ସାମ୍ନାକୁ ଆସିଛି। ଏହି ସ୍କାମରେ ଫସି ଗୁରୁଗ୍ରାମର ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଏହି ବ୍ୟକ୍ତିଙ୍କୁ ଘରେ ରହି କାମ କରିବାକୁ ଅଫର ଦେବା ସହ ମୋଟା ଅଙ୍କର ଅର୍ଥ ମିଳିବ…

ରକବର ଖାନଙ୍କୁ ପିଟିପିଟି ହତ୍ୟା ଘଟଣା: ୪ ଜଣଙ୍କୁ ୭ ବର୍ଷ ଜେଲ, ଜଣେ ନିର୍ଦ୍ଦୋଷ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ରକବର ଖାନ ହତ୍ୟା ଘଟଣାରେ ରାଜସ୍ଥାନର ଅଲୱର କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ୭ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି।…

ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ…

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ମଡ଼କ ଜାରି ରହିଛି। ପୁଣିଥରେ ଏଠାରେ ଥିବା ଦୁଇଟି ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଅତ୍ୟନ୍ତ ଖରାପ ପାଣିପାଗ ଓ ଡିହ୍ରାଇଡ୍ରେସନ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି।ଜାତୀୟ ଉଦ୍ୟାନରେ ୪ଟି ଚିତା ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଦିନ…

କେନ୍ଦ୍ର ବିରୋଧରେ ସମର୍ଥନ ହାସଲ ପାଇଁ ଶରଦ ପାୱାରଙ୍କୁ ଭେଟିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ଲକ୍ଷ୍ୟରେ ଥିବା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି।ବୁଧବାର ସେ ଉଦ୍ଧବ ଠାକରେଙ୍କୁ ଭେଟିଥିବା ବେଳେ ଆଜି ଶରଦ ପାୱାରଙ୍କୁ ଭେଟି…

ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ‘ଅକ୍ସିଜେନ୍‌ ସପୋର୍ଟ’ରେ ରଖି ‘ଏଲ୍‌ଏନ୍‌ଜେପି’କୁ ନିଆଯାଉଛି: ‘ଆପ୍‌’

ନୂଆଦିଲ୍ଲୀ: ‘ଅକ୍ସିଜେନ୍‌’ ଦିଆଯାଇ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ‘ଏଲ୍‌ଏନ୍‌ଜେପି’ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଉଥିବା କଥା ‘ଆମ୍‌ ଆଦ୍‌ମୀ ପାର୍ଟି’ କହିଛି। ତିହାର୍‌ ଜେଲ୍‌ କର୍ତ୍ତୃପକ୍ଷମାନେ ବି ଏ ଖବରକୁ ସୁନିଶ୍ଚିତ କରିଛନ୍ତି।ତିହାର…

ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ: ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଭାରତର ରାଷ୍ଟ୍ରପତିଙ୍କଦ୍ବାରା ଉଦ୍‌ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦେଶ ଦିଆଯାଉ ବୋଲି ନିବେଦନ କରି ଆଜି ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।ଓକିଲ ସି.ଆର୍‌. ଜୟ ସୁକିନ୍‌ ଫାଇଲ୍‌ କରିଥିବା ଉକ୍ତ…