Browsing Category

ଦେଶ

ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗ ପକ୍ଷରୁ ଧମକ

ନୂଆଦିଲ୍ଲୀ: ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ମିଶାଇ

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ନ ସୁଧାରିଲେ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ ଗୁରୁତ୍ବର ସହ ଗ୍ରହଣ

ଚିରାଗ ଏନ୍‌ଡିଏ ଆସନ ବୁଝାମଣାରେ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ଆସନ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ ବୁଝାମଣା ପ୍ରକ୍ରିୟା ଶେଷ ପରେ ମେଣ୍ଟର ଅଂଶୀଦାର ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ଘୋଷଣା ଆରମ୍ଭ କରିବେ। ଇତି ମଧ୍ୟରେ ଏନଡିଏ

ଶୋଇଥିବା ବେଳେ ସ୍ବାମୀ ଉପରେ ଗରମ ତେଲ ଢାଳିଲା ସ୍ତ୍ରୀ

ଦିଲ୍ଲୀ : ଦିଲ୍ଲୀର ମଦନଗିରିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୨୮ ବର୍ଷୀୟ ସ୍ବାମୀ ନିଜ ସ୍ତ୍ରୀ ଉପରେ କରିଛନ୍ତି ଅଭିଯୋଗ । ତାହା ହେଉଛି ଶୋଇଥିବା ସମୟରେ ସ୍ତ୍ରୀ ଫୁଟୁଥିବା ଗରମ ତେଲକୁ ତାଙ୍କ ଉପରେ ଢାଳିବା ସହ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିଲେ । ଏହା ସହ ତାଙ୍କ ସ୍ତ୍ରୀ ଧମକ

ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବଡ଼ ଘୋଷଣା, ଦଳ ସରକାରକୁ ଆସିଲେ ପ୍ରତି ପରିବାରକୁ ମିଳିବ ସରକାରୀ ଚାକିରି

ବିହାର : ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ । ପାଟନାରେ ଏକ ପ୍ରେସ କନଫରେନ୍ସରେ

କୋଲଡ୍ରିଫ୍ କଫ ସିରପ୍ ମାମଲା: ଫାର୍ମା କମ୍ପାନୀ ମାଲିକ ଗିରଫ

ଭୋପାଳ : ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ଛତିଶଗଡ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ ଉଚ୍ଛପିଣ୍ଡା ଗ୍ରାମର ଡାଭରା ଅଞ୍ଚଳରେ ଥିବା ଆରକେଏମ

୯୩ ତମ ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ କର୍ତ୍ତବ୍ୟ । ଏନେଇ ଗାଜିଆବାସ ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିମାନବନ୍ଦର ପ୍ରାୟ ୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଐତିହାସିକ ଗ୍ରୀନଫିଲ୍ଡ ପ୍ରକଳ୍ପ। ମୁମ୍ବାଇ ମହାନଗରରେ ଦ୍ବିତୀୟ

୬୦ କୋଟି ଜମା ନ କରିବା ଯାଏଁ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କୁ ବିଦେଶ ଯାତ୍ରା ମନା

ମୁମ୍ବାଇ : ଦିନକୁ ଦିନ ବଢୁଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମୁସ୍କିଲ । ବମ୍ବେ ହାଇକୋର୍ଟ ଆଜି ଶିଳ୍ପା ସେଟ୍ଟୀ ଏବଂ ରାଜକୁନ୍ଦ୍ରାଙ୍କ ୬୦ କୋଟି ଟଙ୍କା ଠକେଇ ମାମଲାରେ ଶୁଣାଣି କରିଛନ୍ତି । ବମ୍ବେ ହାଇକୋର୍ଟ ସେମାନଙ୍କୁ କହିଛନ୍ତି, ଯଦି ସେମାନେ ବିଦେଶ ଯାତ୍ରା କରିବାକୁ