Browsing Category

ଦେଶ

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଚାଲିଗଲା ୬ ଜୀବନ

ଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣଙ୍କର

ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ବିଲ୍‌ ପାରିତ

ନୂଆଦିଲ୍ଲୀ: ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବୁଧବାର ଲୋକସଭାରେ କୌଣସି ଆଲୋଚନା ବିନା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ (ସଂଶୋଧନ) ବିଲ୍‌ ପାରିତ ହୋଇଛି। ଗୃହରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ନାରାବାଜି କରୁଥିବା ବେଳେ ସରକାର ବିଲ୍‌ଟିକୁ ଧ୍ବନିମତରେ ପାରିତ କରିଥିଲେ।

ଡିସେମ୍ବରରେ ସ୍ୱଦେଶ ଫେରିବେ ଶେଖ୍ ହସିନା: କହିଲେ ‘ମୃତ୍ୟୁ ଦଣ୍ଡକୁ ମୋର ଡର ନାହିଁ’

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୀର୍ଘ ଦୁଇ ବର୍ଷ ପରେ ସ୍ୱଦେଶ ଫେରିବା ନେଇ ବଡ଼ ଘୋଷଣା କରିଛନ୍ତି। ବୁଧବାର ଦିନ ନିଜର ଏକ ସମ୍ବୋଧନରେ ସେ କହିଛନ୍ତି ଯେ ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ। ଯଦିଓ ସେ ପ୍ରତ୍ୟାବର୍ତ୍ତନର କୌଣସି ସଠିକ୍ ତାରିଖ

ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲ ସକ୍ରିୟ ଭାବେ କାମ କରୁଛି : ନେତାନ୍ୟାହୁ

ଜେରୁଜେଲମ୍‌ : ଇରାନ ସହ ଜାରି ଥିବା ତିକ୍ତତା ଓ ବିଶ୍ୱ ରାଜନୀତିର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା

ବିଜୟ ସରକାର ବଜେଟ : ମହିଳାଙ୍କୁ ସୁନା କଏନ ଓ ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ

ତାମିଲନାଡ଼ୁ : ତାମିଲନାଡୁର ବିଜୟ ସରକାର ବଜେଟ ୨୦୨୬-୨୭ରେ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ବଜେଟରେ ବ୍ରଦର୍ସ ଗିଫ୍ଟ ସ୍କିମ ଅଧିନରେ ମହିଳାଙ୍କୁ ୮ ଗ୍ରାମର ସୁନାର କଏକ ଏବଂ ସିଲ୍କ ଶାଢି ଯୋଜନା ପାଇଁ ୮୧୨ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି । ଏହାକୁ ଝିଅ ବିବାହ ସମୟରେ

ଲୋହିତ ସାଗରରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ୧୩ କ୍ରୁ ସଦସ୍ୟ ଉଦ୍ଧାର

ନୂଆଦିଲ୍ଲୀ : ଲୋହିତ ସାଗରରେ ଭାରତୀୟ ଜାହାଜକୁ ଆକ୍ରମଣ । ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ୟେମେନ ସରକାରୀ ସେନା ପକ୍ଷରୁ କୁହାଯାଇଛି । ଜାହାଜ ବୁଡ଼ିଯାଇ ଥିବା ବେଳେ ଏଥିରେ ଥିବା ୧୩ ଭାରତୀୟଙ୍କ ସହ ୧୪ ନାବିକ ସୁରକ୍ଷିତ ଉଦ୍ଧାର

ରାମ ଦରବାରରେ ବନ୍ଦ ହେଲା ଭିଆଇପି ଦର୍ଶନ ବ୍ୟବସ୍ଥା

ଅଯୋଧ୍ୟା : ରାମ ଭକ୍ତଙ୍କ ପାଇଁ ଖୁସି ଖବର । ଅଯୋଧ୍ୟା ରାମମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଧ୍ୟାନରେ ରଖି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ଦରବାର ଦର୍ଶନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ ରାମମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର

ବୀମା ନଥିଲେ ପେଟ୍ରୋଲ ବନ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ବୀମା ନଥିଲେ ପେଟ୍ରୋଲ ବନ୍ଦ । ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପ । ଦେଶରେ ଥାର୍ଡ ପାର୍ଟି ମୋଟର ବୀମାକୁ ବାଧ୍ୟତାମୂଳକ କରିବା ଦିଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବୈଧ ଥାର୍ଡ ପାର୍ଟି ବୀମା ନଥିବା ଗାଡ଼ିକୁ ପେଟ୍ରୋଲ

ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ! ମିଳିବ ବିଶ୍ୱସ୍ତରୀୟ ଶିକ୍ଷା

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି ପ୍ରସିଦ୍ଧ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ

ଟ୍ରମ୍ପଙ୍କୁ ଝଟକା ! ମଧ୍ୟସ୍ଥତାରୁ ବାଦ୍ ଦେଲା ପାକିସ୍ତାନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ପରେ ପାଞ୍ଚ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନାହିଁ। ଗତ ମାସରେ ଆମେରିକା ଏବଂ ଇରାନ ମଧ୍ୟରେ ବହୁସ୍ତରୀୟ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା, କିନ୍ତୁ