Browsing Category

ଦେଶ

ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର: ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ପ୍ୟାରିସ : ପାରା ଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି।ଆରମ୍ଭରୁ କମାଲ କରିଥିବା ପ୍ରବୀଣ ୨.୦୮ ମିଟର ଉଚ୍ଚକୁ କ୍ଲିୟର କରିଛନ୍ତି।…

ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST!

ନୂଆଦିଲ୍ଲୀ : ଏଣିକି ୨୦୦୦ ଟଙ୍କା ଦେଣନେଣରେ ଲାଗିବ GST! ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ଆଲୋଚନା ଚାଲିଛି। ଦ୍ରବ୍ୟ ଓ ସେବା କର (GST) ପରିଷଦ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଡିଜିଟାଲ କାରବାର ପାଇଁ ପେମେଣ୍ଟ ଏଗ୍ରିଗେଟର (PA) ବା ପେମେଣ୍ଟ ସଂଗ୍ରହକାରୀଙ୍କ ଉପରେ ୧୮% GST ଲାଗୁ…

ସମାଜବାଦୀ ପାର୍ଟିକୁ ପୁଣି ଫେରିବେ କି ଅପର୍ଣ୍ଣା ଯାଦବ? 

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବକଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଘରକୁ ଫେରିପାରନ୍ତି। ବିଜେପି ଛାଡି ସେ ପୁଣି ଥରେ ସମାଜବାଦୀ ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ବିଜେପି ତରଫରୁ ତାଙ୍କ ଉତ୍ତରପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ…

IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର

ନୂଆଦିଲ୍ଲୀ : ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା।ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ…

ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର

ନୂଆଦିଲ୍ଲୀ : ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ୍‌ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍‌ ସଫଳତାର ସହିତ ଅବତରଣ କରିଛି। ଫଳରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ…

ନିର୍ବାଚନ ପରେ ଜମ୍ମୁ-କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା – ଅମିତ ଶାହ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଧାନସଭା ନିର୍ବାଚନ ପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆଗାମୀ ବିଧାନସଭା…

୩ ଡାକ୍ତର ନିଲମ୍ବିତ, ସନ୍ଦୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

କୋଲକାତା,୭ା୯: ଆର୍‌.ଜି କର ମେଡିକାଲ ମାମଲାରେ ପଶ୍ଚିମବଙ୍ଗ ମେଡିକାଲ କାଉନସିଲ (ଡବ୍ଲ୍ୟୁବିଏମ୍‌ସି) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଡବ୍ଲ୍ୟୁବିଏମ୍‌ସି ତିନି ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ଅଭିକ ଦେ, ବିରୂପାକ୍ଷ…

ମଣିପୁରରେ ପୁଣି ହିଂସା, ୫ ମୃତ

ଇମ୍ଫାଲ : ମଣିପୁରର ଜିରିବାମ ଜିଲ୍ଲାରେ ପୁଣି ହିଂସା। କୁକି ଏବଂ ମେତେଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ସନ୍ଦିଗ୍ଧ ଲୋକମାନେ ଗୋଟିଏ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି।ସୂଚନାନୁସାରେ, ଘଟଣାସ୍ଥଳରେ…

ଭିନେଶଙ୍କୁ ଟାର୍ଗେଟ କରିଥିଲେ ବ୍ରିଜ ଭୂଷଣ, ଏବେ ଜବାବ ଦେଲେ ବଜରଙ୍ଗ

ଚଣ୍ଡୀଗଡ : ଫାଇନାଲର ଠିକ ପୂର୍ବରୁ ଅଲିମ୍ପିକ୍ସରେ ଅଯୋଗ୍ୟ ବିବେଚିତ ହୋଇଥିବା ରେସଲର ଭିନେଶ ଫୋଗାଟ କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ ଜୋରଦାର ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂହ। କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଭିନେଶ ଓ…

ପୁଣି ବେଙ୍ଗଲରେ ଲଜ୍ଜା: ନାବାଳିକାଙ୍କୁ ‘ଯୌନ ନିର୍ଯାତନା’ ପରେ ରାସ୍ତା କଡ଼ରେ ଫିଙ୍ଗିଲେ

କୋଲକାତା : ପଶ୍ଚିମବଙ୍ଗରୁ ପୁଣି ଆସିଛି ଲଜ୍ଜାଜନକ ଘଟଣା। ଏଠାରେ ଜଣେ ୧୫ ବର୍ଷୀୟ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୌନ ନିର୍ଯାତନା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।ବେଙ୍ଗଲର ହୁଗଲୀରେ…