ମୋଦି ଫେରିବା ପରେ ଏମିତି ଟ୍ୱିଟ କଲେ ବାଇଡେନ, ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟ ଦେଇ ଆଜି ସ୍ୱଦେଶ ଫେରିଛନ୍ତି। ଆମେରିକା ଗସ୍ତ ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିସହ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ମଧ୍ୟ ହୋଇଥିଲା। ମୋଦି ଆମେରିକାରୁ ଫେରିବା ପରେ ବାଇଡେନ ଟ୍ୱିଟ କରି ବଡ଼ ବୟାନ ଦେଇଛନ୍ତି। ଏହାର ଉତ୍ତର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି।
ବାଇଡେନ ପ୍ରଥମେ ମୋଦିଙ୍କ ଆମେରିକା ଗସ୍ତ ସହ ଜଡ଼ିତ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ “ଆମେରିକା-ଭାରତ ମଧ୍ୟରେ ଥିବା ବନ୍ଧୁତା ଦୁନିଆରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଏହା ପୂର୍ବାପେକ୍ଷା ଅଧିକ ସଶକ୍ତ, ନିବିଡ଼ ଓ ଅଧିକ ଗତିଶୀଳ ହୋଇପାରିଛି।”
ଏହାର ଜବାବରେ ମୋଦି ଟ୍ୱିଟ କରି କହିଛନ୍ତି ଯେ “ମୁଁ ଆପଣଙ୍କ ସହ ପୂରା ସହମତ। ବିଶ୍ୱର ମଙ୍ଗଳ ପାଇଁ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଗୋଟିଏ ଫୋର୍ସ। ଏହା ଗୋଟିଏ ପୃଥିବୀକୁ ଅଧିକ ଭଲ ଓ ଅଧିକ ଗ୍ରହଣୀୟ କରିବ। ନିକଟରେ ମୋର ଆମେରିକା ଗସ୍ତ ସମୟରେ ଆମେ ଯେଉଁ ସବୁ ବିଷୟରେ ସହମତି ହୋଇଛେ, ଏହା ଆମ ସମ୍ପର୍କକୁ ଆହୁରି ମଜବୁତ କରିବ।”

ଜୁନ ୨୦ରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘ ବିଲଡିଂରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ। ଏହାପରେ ତାଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.