ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

add-all

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି।

୨୦୧୯ ଫେବୃଆରୀ ୬ରୁ ଏହି ପଦବୀରେ ଥିବା ପ୍ରଥମ ଅଧ୍ୟକ୍ଷ ଜଷ୍ଟିସ୍ ସୁଭାସ ଚନ୍ଦ୍ର ପରିଜାଙ୍କ କାର୍ଯ୍ୟକାଳ ଜୁନ୍ ୩୦ ସମାପ୍ତ ହୋଇଛି। ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଜଷ୍ଟିସ୍ ପଟ୍ଟନାୟ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତ୍ତକ ଶିକ୍ଷା ସମାପ୍ତ କରିବା ପରେ ୧୯୮୬ରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ୨୦୧୪ ସେପ୍ଟେମ୍ବର ଓଡିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେବା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି। ପରେ ସେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୨୧ରେ ଅବସର ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.