ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ଅଧିକ ଓ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁର ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ ବୋଲି ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ଓ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି। ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ, ଯାଜପୁରରେ ୧୨ , ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏବେ ସୁଦ୍ଧା ୧୧,୪୬୪ ଜଣଙ୍କର ଟେଷ୍ଟ କରାଯାଇଛି ସେଥିରୁ ୧୮୫ ଜଣ ପଜିଟିଭ ଅଛନ୍ତି। ଗତବର୍ଷ ଏ ସମୟକୁ  ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ, ଯାହା ଏବର୍ଷ ତୁଳନାରେ ବହୁତ କମ୍ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସଂଧ୍ୟା ସମୟରେ କାମୁଡ଼ନ୍ତି। ଶୋଇବା ଅବସ୍ଥାରେ ନୁହେଁ, ଏଡିସ ମଶାମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି। ଆମକୁ ସେସବୁ ସଫା କରିବାକୁ ହେବ, ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି। କୁଲର, ଟିଣ, କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ।  ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ହସ୍ପିଟାଲରେ ଡେଙ୍ଗୁର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ad-week
Leave A Reply

Your email address will not be published.