ଆଗକୁ ବଡ଼ ବିପଦର ସାମ୍ନା କରିପାରେ ଦିଲ୍ଲୀ, ସତର୍କ ରହିବାକୁ ସୂଚନା

add-all

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ‌ରେ ପ୍ରବଳ ବର୍ଷା ଗତ ୫ଦଶନ୍ଧିର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଏଭଳି ବର୍ଷାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ରେଜିୱାଲ କହିଛନ୍ତି କି, ‘ଗତ କିଛି ବର୍ଷ ହେଲା ଏମିତି ଲଗାଣ ବର୍ଷା ହୋଇ ନଥିଲା। ପ୍ରତିବର୍ଷ ହେଉଥିବା ବର୍ଷାର ପରିମାଣ ଦେଖି ଡ୍ରେନେଜ ସିଷ୍ଟମ ଡିଜାଇନ କରାଯାଇଥିଲା। ଏଭଳି ପରିସ୍ଥିତି ପାଇଁ ଦିଲ୍ଲୀ ପ୍ରସ୍ତୁତ ନଥିଲା। ସେଥିପାଇଁ ଏସବୁ ଅସୁବିଧା ସାମ୍ନାକୁ ଆସିଛି।’
ତେବେ ଦିଲ୍ଲୀ ଏନ୍‌ସିଆର୍‌ ଏବଂ ହରିୟାଣାର ଗୁରୁଗ୍ରାମରେ ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ଘରୋଇ ଏବଂ କର୍ପୋରେଟ୍‌ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଏହି କ୍ରମ‌ରେ ଖବର ଆସିଛି କି ପ୍ରବଳ ବର୍ଷା ସହିତ ହରିୟାଣାରୁ ଛଡ଼‌ା ଯାଇଥିବା ପାଣି ହେତୁ ଯମୁନ ନଦୀ‌ର ଜଳସ୍ତର ବିପଦ ସଙ୍କେତ ଛୁଇଁବାକୁ ଯାଉଛି। ଏହି ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଯାଇପାରେ ବୋଲି ବି ଅନୁମାନ କରାଯାଉଛି।
ସୋମବାର ୧୨ଟା ସୁଦ୍ଧା ଯମୁନା ଜଳସ୍ତର ପୁରୁଣା ରେଳ ବ୍ରିଜ ନିକଟରେ ୨୦୪.୫୦ ମିଟର ରହିଥିଲା। ସେହିପରି ଆଜି ଦ୍ବିପହ ସୁଦ୍ଧା ହଥିନୀ କୁଣ୍ଡ ବ୍ୟାରେଜରୁ ୨,୧୭,୦୦୩ କ୍ୟୁସେକ ପାଣି ଛଡ଼ା ଯାଇଛି। ଯମୁନା କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ଆଗକୁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ବିପଦ ଆସିପାରେ ବୋଲି ଅନୁମାନ କରାଯାଉଛି ।
ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଲୋକେ ନାନା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଆଜି ସ୍କୁଲ୍‌ ବନ୍ଦ ରଖିବା ପାଇଁ ଦିଲ୍ଲୀ ସରକାର ଓ ନଏଡ଼ା କର୍ତ୍ତୃପକ୍ଷ ନୋଟିସ୍‌ ଜାରି କରିଛନ୍ତି।

ad-week
Leave A Reply

Your email address will not be published.