ଫ୍ରାନ୍ସ ଠାରୁ ୨୬ ରାଫେଲ ଓ ୩ ବୁଡ଼ା ଯାହାଜ କିଣିବ ଭାରତ, ୯୦ ହଜାର କୋଟିର ହେବ ଡିଲ୍‌

add-all

ପ୍ୟାରିସ : ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ପ୍ରସ୍ତାବ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯିବ।
ଏହି ଡିଲ୍‌ ସଫଳ ହେଲେ ସିଙ୍ଗଲ ସିଟ୍‌ ଥିବା ୨୨ଟି ରାଫେଲ ମେରାଇନ୍‌ ଯୁଦ୍ଧ ବିମାନ ଓ ୪ଟି ତାଲିମ ଯୁଦ୍ଧ ବିମାନ ପାଇବ ଭାରତୀୟ ଜଳସେନା।
ସୁରକ୍ଷା ଦୃଷ୍ଟିରୁ ଏହି ଯୁଦ୍ଧ ବିମାନ ଆବଶ୍ୟକ ଥିବା ଦର୍ଶାଇ ଯୋଗାଇ ଦେବାକୁ ସରକାରଙ୍କୁ ଜଣାଇ ଆସୁଛି ଜଳସେନା ବିଭାଗ।
ଏବେ ଯୁଦ୍ଧ ବିମାନ ବାହି କ୍ଷମତା ରଖିଥିବା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଓ ବିକ୍ରାନ୍ତରେ ମିଗ୍‌-୨୯ ଚଳାଚଳ କରିପାରୁଛି। ଏହି ଯୁଦ୍ଧ ଯାହାଜମାନଙ୍କ ଉପରେ ରାଫେଲ ମୁତୟନ କରିବା ଆବଶ୍ୟକ ହୋଇପଡ଼ିଛି।
ସେହିପରି ସୁରକ୍ଷା ଦୃଷ୍ଟି କୋଣରୁ ସ୍କୋରପେନି ବର୍ଗର ବୁଡ଼ା ଯାହାଜ ମଧ୍ୟ ଆବଶ୍ୟକ ହୋଇପଡ଼ିଛି।
ଏଥିପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ଡିଲ୍ ହେବାକୁ ଯାଉଛି। ପୂର୍ବରୁ ୩୬ଟି ଯୁଦ୍ଧ ବିମାନ ଆଣିବା ନେଇ ହୋଇଥିବା ଡିଲ୍‌ ଭଳି ଏହାକୁ ଉଭୟ ପକ୍ଷରେ ସୁବିଧାରେ ଉପଲବ୍ଧ କରିବାକୁ ଆଲୋଚନା କରିବେ। ଏହି ପ୍ରସ୍ତାବ ନେଇ ସୁରକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ସରିଥିବା ବେଳେ ଖୁବ୍‌ଶୀଘ୍ର ସୁରକ୍ଷା କାଉନସିଲ୍‌ରେ ଉପସ୍ଥାପିତ ହେବ। ଏହା ମଞ୍ଜୁରୀ ପାଇବା ପରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ ବେଳେ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.