ଚନ୍ଦ୍ରଯାନ-୩ ପାଇଁ ଖର୍ଚ୍ଚ ହୋଇଛି ୬୧୫ କୋଟି ଟଙ୍କା

add-all

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍‌ଲ ଏମ୍୩/ଏମ୍‌୪ (ଏଲ୍‌ଭି ଏମ୍‌୩/ଏମ୍‌୪)କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍‌ଡିଏସ୍‌ସି)ର ଲଞ୍ଚପ୍ୟାଡ୍‌କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏଲ୍‌ଭି ଏମ୍‌୩-ଏମ୍‌୪/ଚନ୍ଦ୍ରଯାନ-୩ ମିସନର ଉତ୍‌କ୍ଷେପଣ ନେଇ ସମୟ ଘୋଷଣା କରିସାରିଛି। ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବାର ଯୋଜନା ରହିଛି। ଭାରତ ବର୍ତ୍ତମାନ ନିଜର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିବ।
ତେବେ ଆପଣ ଜାଣନ୍ତି କି ଚନ୍ଦ୍ରଯାନ-୩ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି? ଚନ୍ଦ୍ରଯାନ-୩ର ପ୍ରାରମ୍ଭିକ ବଜେଟ୍ ପାଇଁ ଇସ୍ରୋ ୬୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରିଥିଲା। କିନ୍ତୁ ଏହି ମିଶନ ପାଇଁ ଏପର୍ଯ୍ୟନ୍ତ ମୋଟ ୬୧୫କୋଟି ଖର୍ଚ୍ଚ ହୋଇଛି। ଏତେ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏହା ସବୁଠାରୁ ମହଙ୍ଗା ଚନ୍ଦ୍ରଯାନ ମିଶନ ନୁହେଁ। ଚନ୍ଦ୍ରଯାନ-୩ ଅପେକ୍ଷା ଚନ୍ଦ୍ରଯାନ-୨ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।
୨୦୧୯ରେ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୨ର ବଜେଟ ଚନ୍ଦ୍ରଯାନ-୩ଠାରୁ ଅଧିକ ଥିଲା। ଚନ୍ଦ୍ରଯାନ-୨ର ପୁରା ମିଶନର ବଜେଟ ୯୭୮କୋଟି ଟଙ୍କା ଥିଲା। ୯୭୮କୋଟିରୁ ମିଶନର ବଜେଟ ୬୦୩କୋଟି ଓ ରକେଟକୁ ବିକଶିତ କରି ଲଞ୍ଚ କରିବାର ବଜେଟ ୩୭୫କୋଟି ଥିଲା। ସେହିଭଳି ଅକ୍ଟୋବର ୨୨, ୨୦୦୮ରେ ଚନ୍ଦ୍ରଯାନ-୧ ଲଞ୍ଚ କରାଯାଇଥିଲା, ଯାହାର ବଜେଟ ଥିଲା ମାତ୍ର ୩୮୬କୋଟି।

ad-week
Leave A Reply

Your email address will not be published.