ରାଜ୍ୟସଭା ନିର୍ବାଚନ ନିମନ୍ତେ ଡେରେକ୍‌ ଓ’ବ୍ରାଏନ୍‌, ସାକେତ ଗୋଖଲେଙ୍କ ସମେତ ୬ଜଣଙ୍କ ନାମ ଘୋଷଣା କଲା ‘ଟିଏମ୍‌ସି’

add-all

ନୂଆଦିଲ୍ଲୀ: ବରିଷ୍ଠ ନେତା ଡେରେକ୍‌ ଓ’ବ୍ରାଏନ୍‌ ଏବଂ ସାକେତ ଗୋଖଲେଙ୍କ ସମେତ ଆଜି ‘ତୃଣମୂଳ କଂଗ୍ରେସ’ ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ୬ଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
ଜୁଲାଇ ୨୪ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ଅନ୍ୟ ପ୍ରାର୍ଥୀମାନେ ହେଲେ ଦୋଳନ ସେନ, ଶୁଖେନ୍ଦୁ ଶେଖର ରାୟ, ସାମିରୁଲ୍‌ ଇସ୍‌ଲାମ୍‌ ପ୍ରକାଶ ଚିକ୍‌ ବାରାଏକ୍‌।
ଡେରେକ୍‌ ଓ’ବ୍ରାଏନ୍‌, ଶୁଖେନ୍ଦୁ ଶେଖର ରାୟ ଓ ଦୋଳନ ସେନ ପୂର୍ବରୁ ରାଜ୍ୟସଭାର ସାଂସଦ ଅଛନ୍ତି। ବାକି ୩ଜଣ ନୂଆ ପ୍ରାର୍ଥୀ।
ଅଫିସିଆଲ୍‌ ହ୍ୟାଣ୍ଡେଲ୍‌ରୁ ଟୁଇଟ୍‌ କରି ‘ତୃଣମୂଳ କଂଗ୍ରେସ’ କହିଛି, ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ଡେରେକ୍‌ ଓ’ବ୍ରାଏନ୍‌, ସାକେତ ଗୋଖଲେ, ଦୋଳନ ସେନ, ଶୁଖେନ୍ଦୁ ଶେଖର ରାୟ ଓ ସାମିରୁଲ୍‌ ଇସ୍‌ଲାମ୍‌ ପ୍ରକାଶ ଚିକ୍‌ ବାରାଏକ୍‌ ନାମ ଘୋ‌ଷଣା କରି ଆମେ ଆନନ୍ଦିତ।

ସେମାନେ ଜନସାଧାରଣଙ୍କ ସେବାରେ ବ୍ରତୀ ରହିବା ପ୍ରତି ଭାରତୀୟଙ୍କ ଅଧିକାର ନିମନ୍ତେ ସ୍ବର ଉତ୍ତୋଳନ କରିବା ଲାଗି ସହିତ ଅଦମ୍ୟ ଉତ୍ସାହରେ ‘ତୃଣମୂଳ କଂଗ୍ରେସ’ର ଧାରାକୁ ବଜାୟ ରଖିବେ। ସମସ୍ତଙ୍କୁ ଆମର ଆନ୍ତରିକ ଅଭିନନ୍ଦନ।

ଉଲ୍ଲେଖଯୋଗ୍ୟ, ଗୋଆ, ଗୁଜରାଟ ଓ ପଶ୍ଚିମବଙ୍ଗର ୧୦ଟି ରାଜ୍ୟସଭା ଆସନ ନମନ୍ତେ ନିର୍ବାଚନ କମିସନ୍‌ ଘୋ‌ଷଣା କରିଥିବା ନିର୍ବାଚନ ଜୁଲାଇ ୨୪ରେ ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.