ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

add-all

ଅନୁଗୋଳ: ଆହୁରି ସମୃଦ୍ଧ ହେବ ଅନୁଗୋଳ । ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି। ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ପୂଜକ ଓ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିଛନ୍ତି।

ଏହା ସହ ବ୍ରାହ୍ମଣୀନଦୀରୁ ପାଇପ ଯୋଗେ ଅନୁଗୋଳ ଓ ବଅଁରପାଳକୁ ପାନୀୟ ଜଳ ଯୋଗାଣ ନେଇ ଭିତ୍ତିଭୂମିର ସମୀକ୍ଷା ଥିଲେ 5T ସଚିବ। ପରେ ତାଳଚେର କଲେଜ ପଡ଼ିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ ଶୁଣିଛନ୍ତି। ଖୁବ ଶୀଘ୍ର ସମସ୍ୟାର ସମାଧାନ ନେଇ ସେ ଆଶ୍ୱାସନା ଦେଇଛନ୍ତି।

ତାଳଚେର ଗସ୍ତ ପରେ ଛେଣ୍ଡିପଦା ଯାଇ ପାତ୍ରପଡ଼ାର ମା ବାୟାଣୀ ପୀଠ ପରିଦର୍ଶନ କରିଛନ୍ତି। ପୀଠରେ ଦର୍ଶନ ସହ ଏହାର ବିକାଶ ନେଇ ଆଲୋଚନା କରିଛନ୍ତି। ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ। ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ, ସଂପର୍କୀୟଙ୍କୁ ସରକାରଙ୍କ ମିଳୁଥିବା ଯୋଜନା ଓ ଡାକ୍ତରଖାନାର ସୁବିଧା ଅସୁବିଧା ନେଇ ପଚାରିବୁଝିଛନ୍ତି। ପରେ ଛେଣ୍ଡିପଦା ଷ୍ଟାଡିୟମ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବେ। ଦୁଇଦିନିଆ ଗସ୍ତରେ ସେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ଦେଖିବା କାର୍ଯ୍ୟକ୍ରମ ରହିଛି ।

ad-week
Leave A Reply

Your email address will not be published.