ଚୁଲି ଜାଳୁଥିବା ବେଳେ ସାନିଟାଇଜର ବିସ୍ପୋରଣ, ୨ ନାବାଳିକା ଗୁରୁତର

add-all

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଚୁଲି ଜଳୁଥିବା ବେଳେ ସାନିଟାଇଜର ସହିତ ଅଗ୍ନି ସଂଯୋଗ ହେବରୁ ବିସ୍ପୋରଣ ଘଟିଛି।ଫଳରେ ଚୁଲି ପାଖରେ ଥିବା ଦୁଇ ନାବାଳିକା ଗୁରୁତର ଆହତ ହୋଇଛନ୍ତି।

ଆହତ ଦୁଇ ଜଣ ହେଲେ ଗୋବିନ୍ଦପୁରର ଗିରିଧାରୀ ମଲ୍ଲିକଙ୍କ ଦୁଇ ଝିଅ ଅଭିଲିପିସା ମଲ୍ଲିକ(୧୫) ଓ ତାଙ୍କ ସାନ ଭଉଣୀ ସମିକ୍ଷା ମଲ୍ଲିକ(୧୦)।  ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.