ଘରର ଗ୍ରିଲ ଭାଙ୍ଗି ସୁନା, ରୂପା ଲୁଟ

add-all

ଦାରିଙ୍ଗବାଡି(୧୦/୭): ଘରେ ନଥିବ ସମୟର ଘରର ଲୁହା ଗ୍ରିଲ୍ ଭାଙ୍ଗି ସୁନା, ରୂପା ସହ ଟଙ୍କା ଲୁଟ କଲେ ଦୂର୍ବୁତ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ସ୍ଥିତ ଲାଇନପଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା। ଏହି ଗ୍ରାମର ସନ୍ତୋଷିନି ନାୟକ ନିଜ ସାନ ଭଉଣୀ ପାଖକୁ ଫୁଲବାଣୀ ଯାଇଥିବା ବେଳେ ଶନିବାର ବିଳମ୍ବିତ ରାତ୍ର ସମୟରେ ବାଉଣ୍ଡରି ଗେଟ୍ ଭାଙ୍ଗି ଘରର ଲୁହା ଗ୍ରିଲକୁ ବାହାର କରି କବାଟ ତାଡ଼ି ଘର ମଧ୍ୟରେ ଥିବା ଗଡରେଜ ଭିତରୁ ସୁନାର ସୋର୍ଶିଆ ମାଳି, ମଙ୍ଗଳ ସୂତ୍ର ଓ କାନଫୁଲ ହଳେ ଚୋରି କରିଥିଲେ । ଯାହା ୩୦ ଗ୍ରାମ ହେବ ବୋଲି ସନ୍ତୋଷିନି ନାୟକ ଅଭିଯୋଗ କରିଛନ୍ତି ।

ଏଥି ସହିତ ରୂପା ପାଉଁଜି ଚାରି ହଳ, ରୂପା ମୁଦି ଓ ରୂପା ମାଳି ଚୋରି କରିବା ସହ ୫ ହଜାର ଟଙ୍କା ଚୋରି କରିଛନ୍ତି । ଘର ଭାଙ୍ଗି ଚୋରି ହୋଇଥିବା ନେଇ ସୋମବାର ଦିନ ଭାଇ କିଶୋର ଚନ୍ଦ୍ର ନାୟକ ଭଉଣୀ ସନ୍ତୋଷିନିଙ୍କୁ ଜଣାଇଥିଲେ । ଏହାପରେ ସନ୍ତୋଷିନି ଫୁଲବାଣୀରୁ ନିଜ ଘରକୁ ଆସି ଘରୁ ଚୋରି ହୋଇଥିବା ଦେଖି ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ମାମଲା ନମ୍ୱର ୧୨୫/୨୩ ରୁଜୁ କରି ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୋଲିସ ମଧ୍ୟ ଏହାରି ଉପରେ ଅନୁଧ୍ୟାନ କରୁଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.