ନୂତନ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଦାବୀ

add-all

ଦାରିଙ୍ଗବାଡ଼ି, ୧୦/୦୭ : ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ସର୍ଵ ସାଧାରଣଙ୍କ ପାଇଁ ରହିଛି। ଏହିପରି କି ମା ଓ ଗର୍ଭସ୍ତ ଶିଶୁ ଠାରୁ ଆରମ୍ଭ କରି ମୃତ ବ୍ୟକ୍ତିଙ୍କ ପରିବାର ପର୍ଯ୍ୟନ୍ତ ଯୋଜନା ରହିଛି। ତନ୍ମମଧ୍ୟରୁ ଅଙ୍ଗନୱାଡ଼ି ସେବା କାର୍ଯ୍ୟକ୍ରମ ଅନ୍ୟତମ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ୱାଡ଼ ନଂ୧ ର ତିନୋଟି ଗ୍ରାମ ଯଥା ସୁନ୍ଦରପଙ୍କା, ରାଜପୁର ଓ ଖ୍ରୀଷ୍ଟପୂରରେ ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ। ସୁନ୍ଦରପଙ୍କା ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଛି। ହେଲେ ଦୀର୍ଘ ୩ ବର୍ଷ ହେଲା ନୂତନ ଅଙ୍ଗନୱାଡି କେନ୍ଦ୍ର ସ୍ଥାପିତ ପାଇଁ ବ୍ଲକ ସମନ୍ୱିତ ଶିଶୁ କଲ୍ୟାଣ ଅଧିକାରୀ ଓ ବିଡ଼ିଓଙ୍କୁ ଲିଖିତ ଓ ମୌଖିକ ଜଣାଇବା ସହିତ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ା ଦୌଡ଼ି କରି ଆଜି ଯାଏ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ସମୂହ କହିଛନ୍ତି। ଏହି ତିନି ଗାଁରେ ୬୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କର ସଂଖ୍ୟା ଅନ୍ୟୁନ ପ୍ରାୟ ୬୦ ବୋଲି ଜଣା ପଡ଼ିଛି। ଗର୍ଭବତୀ ସ୍ତ୍ରୀ ମାନଙ୍କର ଟୀକା କରଣ ତଥା ଶିଶୁମାନଙ୍କର ଯତ୍ନ ନେବା ପାଇଁ ମେରାମାହା ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦାୟିତ୍ଵ ଦିଆ ଯାଇଅଛି। ଏହା ଉକ୍ତ ଅଞ୍ଚଳ ଠାରୁ ପ୍ରାୟ ୩ କିଲୋ ମିଟର ଦୂରରେ ଅବସ୍ଥିତ। ଶିଶୁ ତଥା ଗର୍ଭବତୀଙ୍କୁ ମେରାମାହା କେନ୍ଦ୍ରକୁ ଆସିବା ପାଇଁ କୌଣସି ସୁରକ୍ଷିତ ସବୁଦିନିଆ ଭଲ ରାସ୍ତାଟିଏ ନାହିଁ। ଜଙ୍ଗଲ, ନଦୀ ତଥା କାଦୁଅ ଅଞ୍ଚଳ ଦେଇ ବିପଦ ସଙ୍କୁଳ ଭାବରେ ଯିବା ଆସିବା କରିବାକୁ ପଡ଼ୁଛି। ଏହା ଦ୍ବାରା ଶିଶୁ ମାନେ ନିୟମିତ ହୋଇ ପାରୁ ନାହାଁନ୍ତି। ଫଳରେ ସେମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶରେ ବାଧା ପ୍ରାପ୍ତ ହେଉଥିବା ଅଞ୍ଚଳର ଅଭିଭାବକ ଓ ଜନସାଧାରଣ ସମୂହଙ୍କ ସହିତ ଜଳିତା ମାଝୀ, ଆସନ୍ତି ମଲ୍ଲିକ, ସରୋଜ କାର୍ଜିମାଝି, ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ କହିଛନ୍ତି। ଗର୍ଭବତୀ ମା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟି ଦେଇ ବ୍ଲକ ପ୍ରଶାସନ ସହିତ ଜିଲା ପ୍ରଶାସନ ଏହି ଦିଗରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦୃଢ଼ ଦାବୀ ହେଉଛି ।

ad-week
Leave A Reply

Your email address will not be published.