କଟାମୁଣ୍ଡ ଯୋଡିଦେଲେ ଡାକ୍ତର, ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ

add-all

ନୂଆଦିଲ୍ଲୀ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ ଇସ୍ରାଏଲର ଡାକ୍ତରୀ ଦଳ । ଦି ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ମୁତାବକ, ହସନ ସାଇକେଲ ଚଲାଉଥିଲା ।ସେହି ସମୟରେ ତାକୁ ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ତା’ର ମେରୁଦଣ୍ଡର ଉପର ଭାଗରୁ ଅର୍ଥାତ୍ ବେକରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ଦୁର୍ଘଟଣା ଘଟିବା ପରେ ପରେ କାଳବିଳମ୍ବ ନକରି ବାଳକ ଜଣଙ୍କୁ ଏୟାରଲିଫ୍ଟ କରି ହାଡାସା ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ବାଳକଟିର ଜରୁରୀକାଳୀନ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ଆହତ ବାଳକଟିର ମୁଣ୍ଡ ବେକ ମୂଳରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

ଏହି ବରଳ ଅସ୍ତ୍ରୋପଚାରର ତଦାରଖ କରୁଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଓହାଦ ଆଇନାଭ ‘ଟାଇମ୍ସ ଅଫ୍ ଇସ୍ରାଏଲ’କୁ କହିଛନ୍ତି ଯେ ଏଥିପାଇଁ ଅନେକ ଘଣ୍ଟା ସମୟ ଲାଗିଥିଲା। ବାଳକଟିର କ୍ଷତିଗ୍ରସ୍ତ ସ୍ଥାନରେ ନୂତନ ପ୍ଲେଟ୍ ଏବଂ ଫିକ୍ସସନ ଲଗାଇବା ଆବଶ୍ୟକ ଥିଲା। ଏପରିସ୍ଥିତିରେ ପିଲାଟିକୁ ବଞ୍ଚାଇବାରେ ଆମର ଦକ୍ଷତା, ଆମର ଜ୍ଞାନ ଏବଂ ଅପରେଟିଂ ରୁମ୍ର ସବୁଠାରୁ ଅଭିନବ ଜ୍ଞାନକୌଶଳ ସହାୟକ ହୋଇଛି ବୋଲି ସେ କହିଛନ୍ତି। ସର୍ଜନମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ବାଳକଙ୍କ ଆରୋଗ୍ୟ କୌଣସି ଚମତ୍କାର ଠାରୁ କମ୍ ନୁହେଁ; କାରଣ ପିଲାଟିର ବଞ୍ଚିବାର ମାତ୍ର ୫୦ ପ୍ରତିଶତ ସମ୍ଭାବନା ଥିଲା। ହେଲେ ତାକୁ ନୂଆ ଜୀବନ ଦେଲେ ଇସ୍ରାଇଲର ଡାକ୍ତର ।

ad-week
Leave A Reply

Your email address will not be published.