ଆମେରିକାରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ସତର୍କତା ଜାରି

add-all

ନ୍ୟୁୟର୍କ : ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍) ପକ୍ଷରୁ କୁହାଯାଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ରହିଥିଲା। ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହା ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେବେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ର ସଠିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।
ୟୁଏସଜିଏସ୍ ଅନୁଯାୟୀ, ରବିବାର ଅପରାହ୍ନରେ ଆଲାସ୍କାରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ୟୁଏସଜିଏସ୍ କହିଛି ଯେ ଭୂକମ୍ପ ୯.୩ କିଲୋମିଟର (୫.୭୮ ମାଇଲ) ଗଭୀରତାରେ ଅନୁଭୂତ ହୋଇଥିଲା। ଆଲାସ୍କା ଭୂକମ୍ପ କେନ୍ଦ୍ର କହିଛି ଯେ ଆଲାସ୍କା ଉପଦ୍ୱୀପ, ଆଲୁଟିଆନ୍ ଦ୍ୱୀପପୁଞ୍ଜ ଏବଂ କୁକ୍ ଇନ୍ଲେଟ୍ ଅଞ୍ଚଳରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି।
ଦୁଇ ସପ୍ତାହ ତଳେ ଆଲାସ୍କାର ଆଙ୍କୋରେଜରେ ସାମାନ୍ୟ ଭୂମିକମ୍ପ ହୋଇଥିଲା। ୟୁଏସଜିଏସ୍ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ସହରଠାରୁ ପ୍ରାୟ ୧୨ ମାଇଲ୍ ଦକ୍ଷିଣରେ ଥିଲା। ସଂସ୍ଥା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭୂକମ୍ପ ୧୭.୫ ମାଇଲ୍ ଗଭୀରତାରେ ହୋଇଥିଲା। ଆଲାସ୍କା ପ୍ରଶାନ୍ତ ମହାସାଗରୀୟ ରିଂ ଅଫ୍ ଫାୟାରରେ ପଡିଥାଏ, ଯାହା ଅତି ସକ୍ରିୟ ଭୂକମ୍ପ ଜୋନ ବୋଲି ବିବେଚନା କରାଯାଏ । ଏଭଳି ସ୍ଥିତିରେ ଏଠାରେ ଭୂମିକମ୍ପ ହେବାର ଆଶଙ୍କା ରହିଛି।

ad-week
Leave A Reply

Your email address will not be published.